28.1 C
Bhubaneswar
Saturday, September 28, 2024
Homeଅପରାଧନୃଶଂସ ସ୍ୱାମୀ; ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରି ନେଇଗଲା ଜୀବନ

ନୃଶଂସ ସ୍ୱାମୀ; ଗର୍ଭବତୀ ସ୍ତ୍ରୀକୁ ଗୋଇଠା ମାରି ନେଇଗଲା ଜୀବନ

ବାରିପଦା: ଭଲପାଇ ବିବାହ କରିଥିଲା । ଦୁହେଁ ହସଖୁସିରେ ସଂସାର ଆରମ୍ଭ କରିଥିଲେ । ଏହାପରେ ସ୍ତ୍ରୀ ଗର୍ଭବତୀ ମଧ୍ୟ ହେଲେ । କିନ୍ତୁ ହଠାତ ଦାମ୍ପତ୍ୟ ଜୀବନରେ ଆସିଲା ଝଡ । କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଗର୍ଭବତୀ ସ୍ତ୍ରୀ ପାଇଁ ସଇତାନ ପାଲଟିଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀକୁ ଗୋଇଠା ପରେ ଗୋଇଠା ମାରି ଚାଲିଗଲା ଅମଣିଷ । ଫଳରେ କଷ୍ଟ ଭୋଗି ଚାଲିଗଲା ସ୍ତ୍ରୀର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଣ୍ଡାଚିରା ଗ୍ରାମରୁ । ଅଭିଯୋଗ ମୁତାବକ ପୋଲିସ ସ୍ୱାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଗିରଫ ବ୍ୟକ୍ତି ହେଲେ ଦାମୁ ମୁର୍ମୁ । ସୂଚନା ଅନୁଯାୟୀ, ଉଦଳା ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ବୁଧିଆ ମାରାଣ୍ଡିଙ୍କ ଝିଅ ଗୋଲାପୀ ମାରାଣ୍ଡି ପ୍ରାୟ ଗୋଟିଏ ବର୍ଷ ପୂର୍ବେ ମାଣିକପୁର ଖଣ୍ଡାଚିରା ଗ୍ରାମର ସାଉଁରୁ ମୁର୍ମୁଙ୍କ ପୁଅ ଦାମୁ ମୁର୍ମୁଙ୍କୁ ଭଲପାଇ ବିବାହ କରିଥିଲେ । ତେବେ ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ ଖୁସିରେ କଟୁଥିଲା ।

ପ୍ରାୟ ବର୍ଷେ ପୂର୍ବରୁ କାମଧନ୍ଦା ଉଦ୍ଦେଶ୍ୟରେ ଦାମୁ ମୁର୍ମୁ ସ୍ତ୍ରୀ ଗୋଲାପୀକୁ ସାଙ୍ଗରେ ନେଇ ଚେନ୍ନାଇର ଏକ କମ୍ପାନୀରେ କାମ କରିବା ପାଇଁ ପଳାଇ ଯାଇଥିଲେ । ଇତି ମଧ୍ୟରେ ତାଙ୍କ ସ୍ତ୍ରୀ ଗୋଲାପୀ ତିନି ମାସର ଗର୍ଭବତୀ ହୋଇଥିଲେ । ହେଲେ ଗତ କିଛି ଦିନ ପୂର୍ବରୁ ଦୁହେଁ ନିଜ ଘରକୁ ଫେରିଥିଲେ । ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସ୍ୱାମୀ ଦାମୁ ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ଗୋଲାପୀର ପେଟକୁ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲା । ଭୀଷଣ ଯନ୍ତ୍ରଣା ମଧ୍ୟରେ ସ୍ତ୍ରୀ ଗୋଲାପୀ ବାପ ଘରକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରେ ତାଙ୍କ ବାପ ଘର ଲୋକେ ଆସି ଦେଖିଲା ବେଳକୁ ଗୋଲାପୀ ଘରେ ଅଚେତ ଅବସ୍ଥାରେ ପଡିଥିଲେ । ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲ ନେଇଯାଇଥିଲେ ।
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking