ପୁରୀ: ଆଜି ଅଣସରର ତୃତୀୟ ଦିନ । ଦଇତାପତି ସେବାୟତଙ୍କ ଦ୍ୱାରା ଅଣସର ଘରେ ମହାପ୍ରଭୁଙ୍କ ଓଦା ଲୁଗା ଲାଗି ନୀତି କରାଯାଉଛି । ଅଣସର ଘରେ ଅସୁସ୍ଥ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି । ବୈଦରାଜଙ୍କ ପରାମର୍ଶ ଅନୁସାରେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନାରୁ ନେଇ ବିଭିନ୍ନ ଫଳମୂଳ ଆଦି ଭୋଗ କରାଯାଉଛି । ଏହି ସମୟରେ ଜଗମୋହନରୁ ଅଣସର ଘର ପର୍ଯ୍ୟନ୍ତନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହିତ ଭଜନ କୀର୍ତ୍ତନକୁ ବାରଣ କରାଯାଇଛି ।