27.1 C
Bhubaneswar
Wednesday, June 26, 2024
Homeଓଡିଶାହଠାତ୍‌ ନିଆଁ ଲାଗି ଟ୍ରକ୍ ସମ୍ପୂର୍ଣ ଦଗ୍ଧ

ହଠାତ୍‌ ନିଆଁ ଲାଗି ଟ୍ରକ୍ ସମ୍ପୂର୍ଣ ଦଗ୍ଧ

ଖୋର୍ଦ୍ଧା : ହଠାତ୍‌ ନିଆଁ ଲାଗି ଟ୍ରକ୍ ସମ୍ପୂର୍ଣ ଦଗ୍ଧ ହୋଇଯାଇଛି । ଏପରି ଏକ ଅଘଟଣ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଫରେଷ୍ଟ ଅଫିସ ଛକ ନିକଟରେ ଦେଖିବାକୁ ମିଳିଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ସୂଚନାଅନୁସାରେ, ଏକ ବାଲି ବୋଝେଇ ଟ୍ରକ୍‌ ଟାଙ୍ଗୀ ଫରେଷ୍ଟ ଅଫିସ ଛକ ନିକଟରେ ଆଜି ସକାଳେ ପହଞ୍ଚିଥିଲା । ସେଠାରେ ଗାଡ଼ିଟି ବାଲି ଅନଲୋଡ କରିଥିଲା। ଡ୍ରାଇଭର ଗାଡ଼ିଟିକୁ ଷ୍ଟାର୍ଟ କରୁଥିବା ବେଳେ ହଠାତ ସେଥିରେ ନିଆଁ ଲାଗି ଯାଇଥିଲା । ସଙ୍ଗେସଙ୍ଗେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାରୁ ଡ୍ରାଇଭର ପ୍ରାଣ ବିକଳେ ତଳକୁ ଡେଇଁ ପଡ଼ି ନିଜ ଜୀବନ ରକ୍ଷା କରି ପାରିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଏହାର କାରଣ ଜଣା ପଡ଼ି ନ ଥିବା ବେଳେ ସର୍ଟ ସର୍କିଟରୁ ଏପରି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking