37.1 C
Bhubaneswar
Saturday, May 18, 2024
Homeଓଡିଶାରକ୍ତମୁଖା ଦ୍ୱାରଶୁଣି ଘାଟି ପୁଣି ଦୁର୍ଘଟଣା ବସକୁ ପିଟି ଓଲଟିଲା ଟ୍ରକ

ରକ୍ତମୁଖା ଦ୍ୱାରଶୁଣି ଘାଟି ପୁଣି ଦୁର୍ଘଟଣା ବସକୁ ପିଟି ଓଲଟିଲା ଟ୍ରକ

ମୟୂରଭଞ୍ଜ: ରକ୍ତମୁଖା ଦୁଆରଶୁଣି ଘାଟି। ଜଗିଛି ଯମ ବସିଛି କାଳ ଫାସ। ହେଲେ ସ୍ଥିତି ନିୟନ୍ତ୍ରଣ ଦିଗରେ ଜାତୀୟ ରାଜପଥ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ବଦଳରେ ନିରବତାକୁ ଲୋକମାନେ ସହଜରେ ଗ୍ରହଣ କରି ପାରୁନଥିବା ଲକ୍ଷ୍ୟ କରାଯାଇଛି।ଯୋଉଥିପାଇଁ ଥମିବାର ନାମ ନେଉନି ଦୁର୍ଘଟଣା। ପ୍ରତିଦିନ ଛୋଟ ହେଉକି ବଡ଼ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।

ଏଭଳି ସ୍ଥିତିରେ ପ୍ରତିକାର ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉଥିବା ଭଳି ଜଣାପଡୁ ନ ଥିବା ଅଭିଯୋଗ ହେଉଛି। ତେବେ ପୁଣି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟି ରାସ୍ତାରେ ପୁଣି ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇ ଓଲଟି ପଡିଲା ଟ୍ରକ। ତେବେ ଉଭୟ ଗାଡିର ଚାଳକ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସମସ୍ତ ବସଯାତ୍ରୀ ।

ସୂଚନାଯୋଗ୍ୟ କୋଲକାତା ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଅଗ୍ରୱାଲା ନାମକ ଏକ ଘରୋଇ ବସ (ଓଡ଼ି୦୯ଇ୪୮୯୫ ) ନମ୍ବର କୁ ବିପରୀତ ଦିଗରୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଚାଳକ ଜଣକ ଟ୍ରକ ତଳେ ଚାପି ହୋଇ ରହି ଯାଇଥିଲା । ଖବରପାଇ ସ୍ଥାନୀୟ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅନ୍ୟପଟେ ସୌଭାଗ୍ୟବଶତଃ ସମସ୍ତ ବସଯାତ୍ରୀମାନେ ସୁରକ୍ଷିତ ରହି ରକ୍ଷା ପାଇଯାଇଛନ୍ତି ।

ତେବେ ଦୁର୍ଘଟଣା ଯୋଗୁଁ ରାସ୍ତାଜାମ ହୋଇ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଉଭୟ ପାର୍ଶ୍ଵ ରାସ୍ତା କଡରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା | ପରେ କ୍ରେନ ସାହାଯ୍ୟରେ ଟ୍ରକଟିକୁ ରାସ୍ତା ମଝିରୁ ସାଇଡ କରିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକିଥିବା ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ଦ୍ୱାରଶୁଣି ଘାଟି ରାସ୍ତାକୁ ସୁରକ୍ଷିତ ଯାତାୟାତ ଦିଗରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ବିହିତପଦକ୍ଷେପ ନେଇ ଧନଜୀବନ ନଷ୍ଟକୁ ରୋକିବାକୁ ଆଗେଇ ଆସିବା ଉଚିତ ବୋଲି ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking