36.1 C
Bhubaneswar
Wednesday, April 29, 2026
Homeଓଡିଶାଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ରକ : ଚାପି ହୋଇଗଲେ ଡ୍ରାଇଭର

ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ରକ : ଚାପି ହୋଇଗଲେ ଡ୍ରାଇଭର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଗୁରୁବେଡ଼ା ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଯାଇଛି । ଦୁର୍ଘଟଣାରେ ହାଇୱା ଡ୍ରାଇଭର ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ। ରେଲୱେ ଟ୍ରାକ୍ ଉପରେ ଯାଇଥିବା ୨୫ ହଜାର ଭୋଲ୍ଟ ତାର ଉପର ଦେଇ ହାଇୱା ଖସିଥିବାରୁ ଏକ ବଡ଼ ଅଘଟଣ ରକ୍ଷା ମିଳିଥିବା କୁହାଯାଉଛି।  ଏସମ୍ପର୍କରେ ସୂଚନା ପାଇବା ପରେ ବାମେବାରି ପୁଲିସ୍, ରେଳ ବିଭାଗ ଅଧିକାରୀ ତଥା  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟରରେ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking