ଭୁବନେଶ୍ୱର: ଦୁର୍ଘଟଣା ଯୋଗୁଁ ଟ୍ରେନ୍ ବାତିଲ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ତିରୁପତି-ବିଶାଖାପାଟଣା, ଭୁବନେଶ୍ୱର- ବିଶାଖାପାଟଣା ଇଣ୍ଟରସିଟି, ରାୟପୁର- ବିଶାଖାପାଟଣା ପାସେଞ୍ଜର ବାତିଲ । ପାଲାସା-ବିଶାଖାପାଟଣା, ପାରଦୀପ-ବିଶାଖାପାଟଣା, ରାୟଗଡା-ଗୁଣୁପର ବାତିଲ ହୋଇଥିବା ସୂଚନା ରହିଛି । ୪୧ଟି ଟ୍ରେନର ଗତିପଥ ପରିବର୍ତ୍ତନ ବା ଆଂଶିକ ବାତିଲ ହୋଇଥିବା ସୂଚନା ରହିଛି । ୪ଟି ଟ୍ରେନର ଛାଡିବା ସମୟରେ ଏହି ପରିବର୍ତ୍ତନଟି କରାଯାଇଛି । ଟ୍ରାକ୍ ଉପରେ ପଡିଥିବା ସମସ୍ତ ୫ଟି ବଗିକୁ ଟ୍ରାକରୁ କଢାଯାଇଛି । ଏବେ ଟ୍ରାକ୍ ମରାମତି କାମ ଆରମ୍ଭ କରାଯାଇଛି । ୬ ଶହରୁ ୮ ଶହ ଲୋକ ମରାମତି କାମରେ ଲାଗିଛନ୍ତି । ସଂନ୍ଧ୍ୟା ସୁଦ୍ଧା ମରାମତି କାମ ସରିବ ୋବଲି ସୂଚନା ଦେଲେ ସିପିଆରଓ ।