29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିନା ଡ୍ରାଇଭରରେ ଟ୍ରେନ ଗଡ଼ିଲା ୮୪ କି.ମି

ବିନା ଡ୍ରାଇଭରରେ ଟ୍ରେନ ଗଡ଼ିଲା ୮୪ କି.ମି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କାଠୁଆ ରେଲୱେ ଷ୍ଟେସନରେ ଠିଆ ହୋଇଥିବା ଏକ ମାଲବାହୀ ଗାଡି ଅଚାନକ ପଠାନକୋଟ ଆଡକୁ ଚାଲିଥିଲା । ଗଡାଣିଆ ଟ୍ରାକ ଯୋଗୁଁ ବିନା ଡ୍ରାଇଭରରେ ଟ୍ରେନଟି ଗଡିବାକୁ ଲାଗିଥିଲା । ପରେ ବିନା ଡ୍ରାଇଭରରେ ଟ୍ରେନଟି ପ୍ରାୟ ୮୪ କିଲୋମିଟର ଯାଏଁ ଗଡି ଚାଲିଥିଲା । ଏହି ଘଟଣା ପରେ ରେଲୱେ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ପରେ ଟ୍ରେନଟି ପଞ୍ଜାବର ମୁକେରିୟାର ଉଚ୍ଚା ବସ୍ତି ପାଖରେ ଅଟକି ଯାଇଥିଲା । ଜାମ୍ମୁର ଡିଭିଜନାଲ ଟ୍ରାଫିକ ମ୍ୟାନେଜରଙ୍କ କହିବା ମୁତାବକ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଯାଇଛି । ଏହି ଘଟଣା ରବିବାର ସକାଳ ୭ଟା ୧୦ ମିନିଟରେ ହୋଇଥିଲା । ଯେତେବେଳେ ଡ୍ରାଇଭର ମାଲଗାଡି ସଂଖ୍ୟା ୧୪୮୦୬ଆରକୁ ଅଟକାଇ ଚା ପିଇବାକୁ ଯାଇଥିଲେ । ପରେ ଟ୍ରେନଟି ହଠାତ ଗଡିଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking