30.1 C
Bhubaneswar
Tuesday, May 26, 2026
Homeଓଡିଶାଦନ୍ତାର ମୃତଦେହ ଠାବ

ଦନ୍ତାର ମୃତଦେହ ଠାବ

ଦେବଗଡ: ଦେବଗଡ ଜିଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି।   ଶୁକ୍ରବାର ଏକ ଦନ୍ତାହାତୀ ମୃତ୍ୟୁ ଘଟିଥିବା ଜନସାଧାରଣ ଦେଖିଥଲେ। ସେମାନେ ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତଦନ୍ତ କରିଥିଲେ। ପରେ ପରେ ଡିଏଫଓ ରଶ୍ମି ଜି, ଏସିଏଫ ସ୍ବାଧୀନତା ସାହାଣୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ବନବିଭାଗ ସହ ସାଇଣ୍ଟିଫିକ ଟିମ,ବିଦ୍ୟୁତ ବିଭାଗ ପହଞ୍ଚି ପରୀକ୍ଷାନିରୀକ୍ଷା କରୁଥବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ଓ ସାଇଣ୍ଟିଫିକ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking