31.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶ‘ଏହାକୁ ଖୋଲନାହିଁ’ ଚେତାବନୀ ଥିବା ସମାଧି ଇସ୍ରାଏଲ୍‌ରୁ ଆବିଷ୍କୃତ

‘ଏହାକୁ ଖୋଲନାହିଁ’ ଚେତାବନୀ ଥିବା ସମାଧି ଇସ୍ରାଏଲ୍‌ରୁ ଆବିଷ୍କୃତ

ତେଲ୍‌ଆଭିଭ: ଇସ୍ରାଏଲ୍‌ର ୟୁନେସ୍କୋର ବିଶ୍ୱ ଏତିହ୍ୟସ୍ଥଳରୁ ଏକ ସମାଧି ଆବିଷ୍କୃତ ହୋଇଛି, ଯେଉଁଥିରେ ଏହାକୁ ନଖୋଲିବାକୁ ଲାଲ୍ ଅକ୍ଷରରେ ଚେତାବନୀ ଲେଖାଯାଇଛି । ଅନ୍‌ଲାଇନ୍‌ରେ ଏହି ସମାଧିର ଫଟୋଚିତ୍ର ପ୍ରକାଶ ପାଇବା ପରେ ସୋସିଆଲ୍ ମିଡିଆରେ ଏହି ଖବରକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି । ଇହୁଦୀ ବହୁଳ ଗାଲିଲି ଅଞ୍ଚଳର ଏକ ବହୁ ପୁରାତନ ଶ୍ମଶାନରେ ଥିବା ଏକ ଗୁମ୍ଫାରୁ ପ୍ରତ୍ନତତ୍ତ୍ୱ ବିଭାଗ ଏହି ସମାଧି ଆବିଷ୍କାର କରିଛି । ବିଶେଷଜ୍ଞଙ୍କ ଅନୁସାରେ ଗତ ୬୫ ବର୍ଷ ମଧ୍ୟରେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳରୁ ଏଭଳିି ସମାଧିର ଆବିଷ୍କାର ଏହା ପ୍ରଥମ ଘଟଣା । ‘ଏହାକୁ ଯିଏ ଖୋଲିବ ଅଭିଶାପ ପାଇବ’ ବୋଲି ସମାଧି ଉପରେ ହିବ୍ରୁ ଭାଷାରେ ଲାଲ୍ ଅକ୍ଷରରେ ଚେତାବନୀ ଲେଖାଯାଇଛି । ସମାଧି ଉପରେ ଥିବା ଚେତାବନୀର ଫଟୋ ଇସ୍ରାଏଲ୍ ସରକାରଙ୍କ ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍‌ରେ ଜୁନ୍ ୮ ତାରିଖ ଶେୟାର୍ କରାଯାଇଥିଲା । ଏହାର କ୍ୟାପ୍‌ସନ୍‌ରେ ‘ଏହାକୁ ଖୋଲିବା ଉଚିତ ନୁହେଁ’ ବୋଲି ଲେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking