ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦେଶରେ ଏପ୍ରିଲ ୧୧ ଠାରୁ ୧୪ ତାରିଖ ଯାଏଁ ‘ଟୀକା ଉତ୍ସବ’ ଆୟୋଜନ କରାଯିବ । ଟୀକା ନେବା ପାଇଁ ଯୋଗ୍ୟ ଲୋକଙ୍କୁ ଟୀକାକରଣ କରାଇବା ଏହି ଉତ୍ସବ ର ମୂଳ ଲକ୍ଷ । ଟୀକା ଉତ୍ସବରେ ଉତ୍ତର ପ୍ରଦେଶ, ବିହାର ଭଳି ଅନେକ ରାଜ୍ୟର ଯୋଗ୍ୟ ଲୋକ ମାନଙ୍କୁ ଟୀକାକରଣ କରାଇବାକୁ ପ୍ରୋତ୍ସାହିତ କରାଯାଉଛି । ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଲୋକ ମାନଙ୍କୁ ଟୀକା ଲଗାଇବାକୁ ଅପିଲ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି ଯେ, ଭାରତରେ ୮୫ ଦିନରେ ୧୦ କୋଟି ଟୀକା ଲଗାଯାଇଛି । ଏହାସହ ଭାରତ ବିଶ୍ୱରେ ସବୁଠାରୁ ଅଧିକ ଟୀକାକରଣ ଅଭିଯାନ ଚଳାଇଥିବା ଦେଶରେ ପରିଣତ ହୋଇଛି । ଆମେରିକାରେ ୧୦ କୋଟି ଲୋକଙ୍କୁ ୮୯ ଦିନରେ ଟୀକା ଦିଆଯାଇଛି ଓ ଚୀନରେ ୧୦ କୋଟି ଲୋକଙ୍କୁ ୧୦୨ ଦିନେରେ ଟିକା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଏହି ଟୀକାକରଣ ଅଭିଯାନକୁ ଟ୍ୱିଟ କରି ଏହା ଏକ ସ୍ୱାସ୍ଥକର ଓ କୋଭିଡମୁକ୍ତ ଭାରତ ବନାଇବା ପାଇଁ ଏକ ମଜଭୁତ ପ୍ରୟାସ ବୋଲି କହିଛନ୍ତି ।
କୋଭିଡ -୧୯ ର ସ୍ଥିତି ଏବଂ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଟୀକାକରଣ ଅଭିଯାନର ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟୀକାକରଣ ଉପରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବେଳେବେଳେ ଏହା ପରିବେଶ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ ।