34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭୂମିକମ୍ପରେ ୮ ମୃତ

ଭୂମିକମ୍ପରେ ୮ ମୃତ

ମଲଙ୍ଗ : ଇଣ୍ଡୋନେସିଆର ପ୍ରମୁଖ ଦ୍ୱୀପ ଜାଭାରେ ହୋଇଥିବା ଭୂମିକମ୍ପ ରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଜଣ ଗୁରୁତର ଅଛନ୍ତି ।  ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ଏହି ଭୂମିକମ୍ପରେ ୩୦୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।  ଏହି ଭୂମିକମ୍ପ ଇଣ୍ଡୋନେସିଆର ପର୍ଯ୍ୟଟନ ସ୍ଥଳୀ ବାଲିରେ ମଧ୍ୟ ଅନୂଭୁତ ହୋଇଛି କିନ୍ତୁ ଏଠାରେ ସୁନାମିର କୌଣସି ସୂଚନା ଜାରି କରାଯାଇନାହିଁ ।  ଆମେରିକ ଭୂଗର୍ଭ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ ଦିନ ୨ ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏହାର ତୀବ୍ରତା ୬.୦ ମପାଯାଇଛି ।

ଇଣ୍ଡୋନେସିଆର ଭୂକମ୍ପ ଏବଂ ସୁନାମି କେନ୍ଦ୍ରର ମୁଖ୍ୟ ରେହମାତ୍ ଟ୍ରିଓନୋ ଏକ ବିବୃତ୍ତିରେ କହିଛନ୍ତି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ମଧ୍ୟରେ ଅବସ୍ଥିତ, କିନ୍ତୁ ଏହାର କମ୍ପନ ସୁନାମି ସୃଷ୍ଟି କରିବାର କ୍ଷମତା ନାହିଁ ।  ଏହା ସତ୍ତ୍ୱେ ସେ ଲୋକମାନଙ୍କୁ ଏପରି ମାଟି କିମ୍ବା ପଥରଠାରୁ ଦୂରରେ ରହିବାକୁ ଅନୁରୋଧ କରାଯାଇଛି ।  କାରଣ ଏଠାରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ।  ଗତ ସପ୍ତାହରେ ଇଣ୍ଡୋନେସିଆରେ ଏହା ହେଉଛି ଦ୍ୱିତୀୟ ସାଂଘାତିକ ବିପର‌୍ୟ୍ୟୟ। ଏଥିରେ ୪୮ ଜଣ ନିଖୋଜ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking