29.1 C
Bhubaneswar
Wednesday, April 29, 2026
Homeଓଡିଶାନବୀନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ନବୀନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ଭୁବନେଶ୍ୱର :ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ସ୍ଥାନୀୟ ଜୟଦେବ ଭଵନ ଠାରେ ଆୟୋଜିତ ହୋଇଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଆଜିର ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗ ଦେଇ ଫଟୋଗ୍ରାଫର ମାନେ ଚିରାଚରିତ ଫଟୋ ଉଠା ବ୍ୟତୀତ କିଛି ଭିନ୍ନ ତଥା ସମାଜର ଉନ୍ନତି ଓ ସଂସ୍କାର ଆଣି ପାରୁଥିବା ଫଟୋ ଉଠାଇବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଏହିଭଳି ପ୍ରଦର୍ଶନୀ ର ଆବଶ୍ୟକତା ବହୁତ ଥିବା ବେଳେ ସମସ୍ତଙ୍କ ସହଯୋଗ ର ଆବଶ୍ୟକତା ଥିବା କହିଛନ୍ତି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ବିଶିଷ୍ଟ ସମାଜସେବୀ ରୁଦ୍ର ନାରାୟଣ ସାମାନ୍ତରାୟ, ସମାଜସେବୀ ତଥା ବଡ଼ଚଣା ବିକାଶ ପରିଷଦ ର ଅଧକ୍ଷ ଚିନ୍ମୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।ଫଟୋଗ୍ରାଫରଙ୍କ ସମାଜ ପରିବର୍ତ୍ତନ ରେ ଅବଦାନ ସମ୍ପର୍କରେ ସମସ୍ତେ ଆଲୋକପାତ କରିବା ସହ ଏହି ଭଳି ପ୍ରଦର୍ଶନୀ କୁ ଆହୁରି ବ୍ୟାପକ ଭାବେ ଆୟୋଜନ କରିବାକୁ ମତ ରଖିଥିଲେ।

ଏହି ଅବସରରେ ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିଥିବା ଫଟୋଗ୍ରାଫରଙ୍କ ମଧ୍ୟରୁ ଶ୍ରୀ ଅଜୟ ମୋହନ ସାହୁ, ଶ୍ରୀମତୀ ସ୍ଵାତି ମହାପାତ୍ର ଏବଂ ଶ୍ରୀମତୀ କଳ୍ପନା ରଥ ଙ୍କୁ ଶ୍ରେଷ୍ଠ ତିନି ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ପାଞ୍ଚ ଜଣ ଯୁବ ଫଟୋଗ୍ରାଫର ପ୍ରକାଶ ସାହୁ, ସୁରେନ୍ଦ୍ର କୁମାର ସେଠି,ସୋହମ ପ୍ରିୟଦର୍ଶୀ, ରଞ୍ଜନ କୁମାର ପାତ୍ର ଓ ପ୍ରିୟ ରଞ୍ଜନ ପଣ୍ଡାଙ୍କୁ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମ ସଂଚାଳନ ବିନୋଦ ବିହାରୀ ବେହେରା କରୁଥିବା ବେଳେ ଅନୁଷ୍ଠାନ ର ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠିନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସଭା ପରିଚାଳନା ରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking