ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଲୁଟ କାର୍ଯ୍ୟ ବଢିଚାଲିଛି । ଦିନ ଦ୍ବି ପ୍ରହରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ବିଭିନ୍ନ ସ୍ଥାନରୁ ଲୁଟ କରୁଛନ୍ତି । ସୂଚନା ଅନୁସାରେ, ରାଜଧାନୀରେ ପୁଣି ଲୁଟ କରିଛନ୍ତି ଲୁଟେରା । ଏଥର ଘର ଭିତରେ କି ବାହାରେ ନୁହେଁ ବ୍ୟାଙ୍କ ସାମ୍ନାରୁ ଝାମ୍ପିନେଇଛନ୍ତି ଟଙ୍କା । ରାଜଧାନୀ ଭୁବନେଶ୍ୱରସ୍ଥିତ ଜାଗମରା ଅଂଚଳର କାନାଡ଼ା ବ୍ୟାଙ୍କ ସାମ୍ନାରେ ଘଟିଛି ଏହି ଘଟଣା । ଦିନ ଦ୍ବି ପ୍ରହରରେ ବ୍ୟାଙ୍କ ସାମ୍ନାରୁ ଭୀମଟାଙ୍ଗୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରୁ ଝାମ୍ପିନେଲେ ଟଙ୍କା । ପରେ ଉକ୍ତ ବ୍ୟକ୍ତି ଜଣକ ଖଣ୍ଡିଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ଯାଞ୍ଚ କରୁଛି ।