25.1 C
Bhubaneswar
Thursday, May 22, 2025
Homeଅପରାଧହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କ, ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ

ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କ, ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ

ନୂଆଦିଲ୍ଲୀ: ହସ୍ପିଟାଲ ଭିତରେ ପଶିଲେ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ। ସିକ୍ୟୁରିଟିଙ୍କ ପାଖରୁ ଆରମ୍ଭ କରି ଯାହାକୁ ପାରିଲେ ତାକୁ ମାରିଲେ। କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହେଲେ ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ଭିତରେ। କିଛି ଦୁର୍ବୃତ୍ତ ମାନେ ବିନା କାରଣରେ ହସ୍ପିଟାଲ ଭିତରକୁ ପଶି ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ବଡଗଡ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି।
ଏମିତି ଅମାନୁଷିକ ଭାବରେ ଆକ୍ରମଣ କରିଥିବା ଯୁବକ ମାନଙ୍କର ଜଣେ ସମ୍ପର୍କୀୟଙ୍କୁ ଉକ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ଆସିଥିଲେ। ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା । ଯାହାର ଚିକିତ୍ସା ଅନ୍ୟ ହସ୍ପିଟାଲରେ ହୋଇପାରିବ ବୋଲି ସ୍ପଷ୍ଟ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ କିଛି ନଶୁଣିକି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ। ହେଲେ ରୋଗୀଙ୍କ ରୋଗ ଅନୁସାରେ ଭଲ ଟ୍ରିଟମେଣ୍ଟ ପାଇଁ ଅନ୍ୟ ହସ୍ପିଟାଲରେ ସେହି ସୁବିଧା ରହିଛି ବୋଲି ବୁଝେଇବା ଫଲରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରରେ ଏକ ବଡ଼ ହସ୍ପିଟାଲ୍ କୁ ରୋଗୀକୁ ନେଇଥିଲେ।
ହେଲେ ସେଠାରେ ରୋଗୀର ମୃତ୍ୟୁ ହେବା ପରେ, ସେହି ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ ହସ୍ପିଟାଲକୁ ଆସି ଏମିତି ଉନ୍ମତ କାଣ୍ଡ ଘଟାଇଥିଲେ । ଯାହାକୁ ପାରିଲେ ତାକୁ ମାରିଲେ। ଯାହାକୁ ନେଇକି ହସ୍ପିଟାଲରେ ଆତଙ୍କ ଖେଳି ଯାଇଥିଲା। ଅନ୍ୟ ରୋଗୀ ମାନେ ବି ଭୟଭୀତ ହୋଇ ପଡ଼ିଥିଲେ। ଅମାନୁସିକ ଭାବେ ମାଡ଼ ମାରିବା ଦ୍ୱାରା ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking