30.1 C
Bhubaneswar
Saturday, October 5, 2024
Homeଓଡିଶାଟ୍ରକ ଚକା ତଳେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଟ୍ରକ ଚକା ତଳେ ଚାଲିଗଲା ଶିକ୍ଷକଙ୍କ ଜୀବନ

ବାରିକପୁର: କାଳୀପୂଜା ତଥା ଦୀପାବଳି ପାଇଁ ଘରକୁ ଯାଇଥିଲେ । ପରିବାର ସହିତ ହସଖୁସିରେ ଉତ୍ସବ ମନାଇବା ସହିତ ଛୁଟି କାଟିଥିଲେ । ଆଜି କାର୍ଯ୍ୟସ୍ଥଳୀକୁ ଫେରୁଥିବା ବେଳେ ଟ୍ରକ ଚକା ତଳେ ଚାଲିଯାଇଛି ଜଣେ ଯୁବ ଶିକ୍ଷକଙ୍କ ଜୀବନ ।
ପ୍ରକାଶ ଯେ ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଛତାବର ଠାରେ ଆଜି ସକାଳ ପ୍ରାୟ ୧୦ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କଟକ ଜିଲ୍ଲା ପାଇକିଆରା ଅଞ୍ଚଳର ଶିକ୍ଷକ ବିକ୍ରମ ବେହେରା(୩୫) ଏକ ସ୍କୁଟି ଯୋଗେ କର୍ମସ୍ଥଳୀ ଧାମନଗର ଅଞ୍ଚଳରେ ଥିବା ଏକ ବିଦ୍ୟାଳୟକୁ ଆସୁଥିଲେ ।

ଛତାବରଠାରେ ଅଜଣା ଟ୍ରକ ସ୍କୁଟିକୁ ଧକ୍କା ଦେଇ ବିକ୍ରମଙ୍କ ଉପରେ ସମ୍ପୂର୍ଣ୍ଣ ଚଢ଼ିଚାଲିଯାଇଥିଲା । ଫଳରେ ପେଟଠାରୁ ଗୋଡ଼ ଯାଏଁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଖବର ପାଇ ଭଣ୍ଡାରିପୋଖରୀ ଥାନା ଅଧିକାରୀ ଅମିତାଭ ଦାସଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking