26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶକୋଲକାତା ହାଇକୋର୍ଟଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ

କୋଲକାତା ହାଇକୋର୍ଟଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରତ୍ୟେକ ମହିଳା ଏବଂ କିଶୋରୀ ମାନଙ୍କ ଯୌନ ଇଛା ଉପରେ କୋଲକାତା ହାଇକୋର୍ଟ ଦେଇଥିବା ବୟାନକୁ ଗମ୍ଭିରାତାର ସହିତ ନେଇଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ତାଙ୍କର ଏହି ବୟାନରେ କହିଥିଲେ କି ଝିଅମାନେ ସେମାନଙ୍କର ଯୌନ ଇଛା ଉପରେ ରଖନ୍ତୁ, କାରଣ ସମାଜ ଆଖିରେ ଯେତେବେଳେ ଗୋଟିଏ ଝିଅ ଦୁଇ ମିନିଟର ସୁଖ ପାଇଁ ପ୍ରସ୍ତୁତ ହୋଇଯାଏ ସେତେବେଳେ ସେ ହାର ମାନିଯାଏ । ଏବେ ସୁପ୍ରିମକୋର୍ଟ ଏହି ମାମାମଲାରେ ସଜ୍ଞାନ ନେଇ କହିଛନ୍ତି ଏହି ମନ୍ତବ୍ୟ ଆପତ୍ତିଜନକ ଏବଂ ଅନୁଚିତ ଅଟେ, ଯାହା ସମ୍ବିଧାନର ଧାରା ୨୧ ଅନୁଯାୟୀ ନାବାଳିକା ମାନଙ୍କର ଅଧିକାରକୁ ଉଲଂଘନ କରୁଛି । ଏଭଳି ମାମଲାରେ ବିଚାରପତିମାନେ ବ୍ୟକ୍ତିଗତ ମତାମତ ଦେବାରୁ ନିବୃତ ରହିବା ଉଚିତ । ଏହି ମାମଲାର ଶୁଣାଣୀରେ ଅନେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି ।

ଏଥି ସହିତ ମାମଲାରେ ସୁପ୍ରିମକୋର୍ଟ ପୀଡିତା ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । ଜାନୁୟାରୀ ୪ ପର୍ଯ୍ୟନ୍ତ ନୋଟିସର ଉତ୍ତର ଦେବାକୁ କହି ବିଚାରପତି ଅଭୟ ଏସ ଓକ ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ମନ୍ତବ୍ୟ ଦେଇ କହିଛନ୍ତି ଯେ ଏଭଳି ମାମଲାରେ ବିଚାରପତିମାନେ ସେମାନଙ୍କର ବ୍ୟକ୍ତିଗତ ମତ ପ୍ରକାଶ କରିବା ଉଚିତ ନୁହେଁ । ଏପରି ଆଦେଶ କିଶୋରମାନଙ୍କ ଅଧିକାରର ଉଲ୍ଲଂଘନ । ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ଆଦେଶ ପଛରେ ପୋସ୍କୋ ଆଇନ ସମ୍ବନ୍ଧୀୟ କୌଣସି କାରଣ ଦିଆଯାଇ ନାହିଁ । ଏପରିକି ପ୍ରଥମ ଦୋଷରେ ଦୋଷୀକୁ ନିର୍ଦ୍ଦୋଷରେ ଖଲାସ କରିବା ଠିକ୍ ନୁହେଁ । ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ମଧ୍ୟ ହାଇକୋର୍ଟଙ୍କ ଆଦେଶର ନକଲ ମାଗିବାକୁ କହିଥିଲେ । କୋର୍ଟ ମଧ୍ୟ ବରିଷ୍ଠ ଆଡଭୋକେଟ୍ ମାଧବୀ ଡିଭାନ୍‌ଙ୍କୁ ଆମିକସ୍ କ୍ୟୁରି ଭାବରେ ନିଯୁକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking