18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶତେଜପାଲଙ୍କ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ଜଜ୍‌

ତେଜପାଲଙ୍କ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ଜଜ୍‌

ନୂଆଦିଲ୍ଲୀ : ତେହଲକା ଡଟ୍ କମ୍ ସାମ୍ବାଦିକ ତରୁଣ ତେଜପାଲଙ୍କ ତରଫରୁ ଆଗତ ଏକ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ.ନାଗେଶ୍ୱର ରାଓ ଓହରି ଯାଇଛନ୍ତି । ସୂଚନାଯୋଗ୍ୟ ୨୦୧୩ରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବାରୁ ତେଜ୍‌ପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ୨୦୨୧ରେ ଗୋଆର ଏକ ଫାଷ୍ଟ୍ର ଟ୍ରାକ୍ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହାର ପ୍ରତିବାଦରେ ଗୋଆ ସରକାର ବମ୍ବେ ହାଇକୋର୍ଟରେ ପୁଣି ଏକ ପିଟିସନ ଦାଏର କରିଥିଲେ ।

ତେବେ ବନ୍ଦ ପ୍ରକୋଷ୍ଠ ମଧ୍ୟରେ ମାମଲାର ଶୁଣାଣି ନିମନ୍ତେ ତେଜପାଲ ଯେଉଁ ଆବେଦନ କରିଥିଲେ, ତାହାକୁ ହାଇକୋର୍ଟ ଖାରଜ କରିବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ନାଗେଶ୍ୱର ରାଓ ଓ ଜଷ୍ଟିସ ବି.ଆର.ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ଧାର୍ଯ୍ୟ କରାଯାଇଥିଲା । ତେବେ ୨୦୧୬ରେ ଜଷ୍ଟିସ ରାଓ ଏହି ମାମଲାରେ ଗୋଆ ସରକାରଙ୍କ ତରଫରୁ ମାମଲା ପରିଚାଳନା କରିଥିବାରୁ ବର୍ତ୍ତମାନ ଶୁଣାଣିରେ ସଂପୃକ୍ତ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking