30.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶକୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କଲେ ସର୍ବୋଚ୍ଚ ଅଦାଲତ

କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କଲେ ସର୍ବୋଚ୍ଚ ଅଦାଲତ

ବ୍ୟୁରୋ : ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆପ ପକ୍ଷରୁ ମେୟର ନିର୍ବାଚନ ଲଢ଼ୁଥିବା  କୁଲଦୀପ କୁମାରଙ୍କୁ ସର୍ବୋଚ୍ଚ ଅଦାଲତ ବିଜେତା ଘୋଷଣା କରିଛନ୍ତି। ଜାନୁଆରୀ ଶେଷ ଭାଗରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ କୁଲଦୀପଙ୍କ ବିରୋଧରେ ବିଜେପି ମନୋଜ ସୋନକରଙ୍କୁ ପ୍ରାର୍ଥୀ କରିଥିଲା। ରିଟର୍ଣ୍ଣ ଅଫିସର ଅନୀଲ ମସିହ ଜାଣୁଶୁଣି ଆପ୍‌ର ୮ କାଉନସିଲରଙ୍କ ଭୋଟ ନାକଚ କରି ବିଜେପି ପ୍ରାର୍ଥୀଙ୍କୁ ମେୟର ଘୋଷଣା କରିଥିଲେ। ହେଲେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ଅନୀଲଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏଥିସହ ସେ ନାକଚ କରିଥିବା ୮ ଭୋଟକୁ ବୈଧକ ଘୋଷଣା କରିଛନ୍ତି।ଜାନୁଆରୀ ଶେଷ ଭାଗରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ କୁଲଦୀପଙ୍କ ବିରୋଧରେ ବିଜେପି ମନୋଜ ସୋନକରଙ୍କୁ ପ୍ରାର୍ଥୀ କରିଥିଲା।  କୋର୍ଟ କହିଥିଲେ, ନାକଚ ହୋଇଥିବା ସମସ୍ତ ୮ ଭୋଟ ଆପ୍‌ ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ରହିଥିଲା। ଏହି ୮ଟି ବାଲଟ ପେପରରେ ଅତିରିକ୍ତ ଚିହ୍ନ ରହିଛି। ସମସ୍ତ ଭୋଟ ପୁନଃ ଗଣତି ହେବା ଦରକାର। ନାକଚ ହୋଇଥିବା ୮ ଭୋଟକୁ ବୈଧ ଭାବେ ବିବେଚନା କରାଯିବ। ସମସ୍ତ ଭୋଟକୁ ଗଣତି କରି ରେଜଲ୍ଟ ପ୍ରକାଶ କରିବା ସପକ୍ଷରେ କୋର୍ଟ ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking