35.1 C
Bhubaneswar
Monday, June 24, 2024
Homeଓଡିଶାବ୍ଲକ ପରିସରରେ ଭାତ ଥାଳି ଧରି ଧାରଣା ଦେଲେ ଛାତ୍ରଛାତ୍ରୀ

ବ୍ଲକ ପରିସରରେ ଭାତ ଥାଳି ଧରି ଧାରଣା ଦେଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ: ବାଟମାରଣା ହେଉଛି ମଧ୍ୟାହ୍ନ ଭୋଜନ ଯୋଜନା ଅର୍ଥ। ମଧ୍ୟାହ୍ନ ଭୋଜନରେ ପେଟ ପୁରୁନି କି ସବୁ ପିଲାଙ୍କୁ ମିଳୁନି ତରକାରୀ। ଅଭିଯୋଗ ପରେବି ସୁଧୁରିଲାନି କି ସମାଧାନ ହେଲାନି ସମସ୍ୟା। ଆଜିବି ଭାତ ପାଇଲେ କିନ୍ତୁ ତରକାରୀ ନ ପାଇ ଭାତଥାଳି ଧରି ଭୋକିଲା ପେଟରେ ଅଭିଯୋଗ ପାଇଁ ଧାଇଁଲେ ବିଡ଼ିଓଙ୍କ ପାଖକୁ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ରାସଗୋବିନ୍ଦପୁର ଠାରେ ଥିବା ବିନୋଦ ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ମଧ୍ୟାହ୍ନ ଭୋଜନକୁନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅଶାନ୍ତି । ସୂଚନାଯୋଗ୍ୟ ଯେ ସବୁଦିନ ଭଳି ଆଜି ମଧ୍ୟ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ କେବଳ ଭାତ ଦିଆଯାଇଥିବା ବେଳେ ତରକାରୀର ଅଭାବରୁ ଅଧିକାଂଶ ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଇପାରିନଥିଲେ । ତରକାରୀ ନ ଦେବାରୁ ପିଲାମାନେ ଭାତ ଖାଇନପାରି ଅଭିଭାବକଙ୍କୁ ଜଣାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଏମମସି କମିଟିର ସଭ୍ୟ ,ସଭ୍ଯା ଓ ଅଭିଭାବକ ମାନେ ସ୍ଥାନୀୟ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀମାନେ ଭାତ ଥାଳି ଧରି ରାସଗୋବିନ୍ଦପୁର ବ୍ଲକ ପରିସରରେ ଧାରଣା ଦେଇଛନ୍ତି । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଏସ ଏସ ଜି ମହିଳା ମାନେ ଖାଦ୍ୟ ପ୍ରସ୍ତୁତ ଦାୟିତ୍ୱରେ ଥିବା ବେଳେ ତରକାରୀର ଅଭାବ ଦୀର୍ଘଦିନ ଧରି ଚାଲିଥିବା ଅଭିଯୋଗ ହୋଇଛି ।

ଏସ ଏସ ଜି ମହିଳାମାନେ ମନମୁଖି ଭାବେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଅନୁଯାୟୀ କମ ପରିମାଣରେ ତରକାରୀ ପ୍ରସ୍ତୁତ ପରିତାପର ବିଷୟ ବୋଲି ହୋଇଛି ଅଭିଯୋଗ। ଏ ଘଟଣା ବାବଦରେ ପୂର୍ବରୁ ବ୍ଳକ ଶିକ୍ଷା ଅଧିକାରୀ ଜାଣିଥିବା ବେଳେ ଏ ସମସ୍ୟା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ଏସ ଏଚ ଜି ମହିଳାଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଉଚିତ ମନେ କରିନଥିଲେ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନେ। ଯାହା ଆଜି ଘଟଣା ସ୍ପଷ୍ଟ ଭାବରେ ପ୍ରମାଣିତ କରିଛି । ତେବେ ଦିନ ଗୋଟିଏ ପାଖରୁ ପିଲାମାନେ ବ୍ଲକ ପରିସରରେ ଧାରଣା ଦେଇ କହିଛନ୍ତି ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବୁଝୁଥିବା ଏସ ଏସ ଜି ଗ୍ରୁପକୁ ବାଦ କରିବା ସହ ଭଲ ଖାଦ୍ୟ ଦେବା ପାଇଁ ଦାବି କରିଛନ୍ତି ।

ଘଟଣା ସ୍ଥଳରେ ରାସଗୋବିନ୍ଦପୁର ବିଡିଓ ଲଲାଟେନ୍ଦୁ ସି,ବିଇଓ ସତୀଶ ଚନ୍ଦ୍ର ମହାପାତ୍ର ଓ ପୋଲିସ ଉପସ୍ଥିତ ରହି ଅଭିଭାବକ ଓ ପିଲାଙ୍କୁ ବୁଝାସୁଝା କରିବା ପରେ ସଂନ୍ଧ୍ୟା ୬ଟା ସମୟରେ ପିଲାମାନେ ଧାରଣା ରୁ ଉଠିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ମଧ୍ଯାହ୍ନ ଭୋଜନ ବ୍ଯବସ୍ଥାକୁ ନେଇ କେଉଁ ପ୍ରକାର ସ୍ଥାୟୀ ସମାଧାନ ପନ୍ଥା ଅବଲମ୍ବନ କରୁଛନ୍ତି ଦେଖି ପାଇଁ ବାକି ରହିଲା। ତେବେ ସରକାର ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଏହାର ସୁପରିଚାଳନା ଦାୟିତ୍ବରେ ସରକାରୀ ବାବୁମାନଙ୍କ ଦାୟିତ୍ବହୀନତା ପାଇଁ ନିରୀହ ନିଷ୍ପାପ ପିଲାମାନେ ତାଙ୍କର ଅଧିକାରରୁ ବଞ୍ଚିତ ହୋଇ ଶୋଷଣର ଶିକାର ହେବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି। ସେହିପରି ପିଲାମାନଙ୍କର ଅଧିକାର ସୁରକ୍ଷିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନେ କେତେ ଯତ୍ନଶୀଳ ହେଉଛନ୍ତି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking