28.1 C
Bhubaneswar
Saturday, July 27, 2024
Homeଅପରାଧବାପା ନାଁ ରେ କଳଙ୍କ; ନିଜ ଝିଅ ସହ କିଛି ଏପରି କଲା ଧରମ ବାପା

ବାପା ନାଁ ରେ କଳଙ୍କ; ନିଜ ଝିଅ ସହ କିଛି ଏପରି କଲା ଧରମ ବାପା

ବାଲେଶ୍ଵର: ବାପା ନାଁ ରେ କଳଙ୍କ । ଧରମ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ଧରମ ବାପା । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଳେଶ୍ଵର ପୋଲିସ ଗତକାଲି ରାତିରେ ଭୋଗରାଇ ବ୍ଲକ ଉଲୁଡ଼ା ଅଞ୍ଚଳର ଅନନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଜଳେଶ୍ଵର ଅଞ୍ଚଳର ଜଣେ ଯୁବତୀ ଉଲୁଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରୋଷେଇବାସ କାମ କରୁଥିଲେ । ସେହି ଘରର ଜଗୁଆଳି ଭାବେ ଅନନ୍ତ ମଧ୍ୟ ନିୟୋଜିତ ଥିଲେ । ଅନନ୍ତ ଓ ଉକ୍ତ ଯୁବତୀ ଗୋଟିଏ ଜାଗାରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ଧରମ ବାପା-ଝିଅର ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ଅନନ୍ତ ନିଜ ଯୌନ ଲାଳସା ଚରିତାର୍ଥ କରିବା ପାଇଁ ଯୁବତୀଙ୍କ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି । ଯୁବତୀଙ୍କ ଇଚ୍ଛା ବିରୋଧରେ ଅନନ୍ତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ।

ଅନନ୍ତଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ଯୁବତୀ ଜଣକ ନିଜ ଘରକୁ ଚାଲି ଆସିଥିଲେ । ଗତକାଲି ନିଜ ବାପାଙ୍କ ସହ ଜଳେଶ୍ଵର ଥାନାକୁ ଯାଇ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଜଳେଶ୍ଵର ପୁଲିସ ଏକ ମାମଲା ରୁଜୁ କରିବା ସହ ଗତକାଲି ରାତିରେ କମର୍ଦ୍ଦା ଥାନା ଅଞ୍ଚଳରୁ ଅଭିଯୁକ୍ତ ଅନନ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking