27.1 C
Bhubaneswar
Tuesday, June 24, 2025
Homeଅନ୍ୟାନ୍ୟ ପରୀକ୍ଷାଅକ୍ଟେବାର ୧୦ ପର୍ଯ୍ୟନ୍ତ ୟୁଜି, ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ରାଜ୍ୟ ସରକାର ଚିଠି

ଅକ୍ଟେବାର ୧୦ ପର୍ଯ୍ୟନ୍ତ ୟୁଜି, ପିଜି ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ରାଜ୍ୟ ସରକାର ଚିଠି

ଭୁବନେଶ୍ୱର: ରାଜ୍ୟ ସରକାର ସମସ୍ତ ଗ୍ରାଜୁଏଟ୍ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଅନ୍ତିମ ବର୍ଷର ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ ତାରିଖକୁ ସେପ୍ଟେମ୍ବର ୩୦ ରୁ ଅକ୍ଟୋବର ୧୦ ପର‌୍ୟ୍ୟନ୍ତ ବୃଦ୍ଧି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କୁ ଅନୁରୋଧ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସଚିବ ଶାସ୍ୱତ ମିଶ୍ର ୟୁଜିସିକୁ ଏକ ଚିଠି ଲେଖି ଉଲ୍ଲେଖ କରିଛନ୍ତି ଯେ ସମୟସୀମା ବୃଦ୍ଧି କରିବା ଦ୍ୱାରା ଅତି କମରେ ଗୋଟିଏ ଦିନର ବ୍ୟବଧାନରେ ପରୀକ୍ଷାର ସମୟସୀମା ନିଶ୍ଚିତ ହୋଇପାରିବ । ଯାହାଦ୍ୱାରା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସଠିକ୍ ପରିଚାଳନା ହୋଇପାରିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୧.୦୮.୨୦୨୦ରେ ବିଶ୍ୱବିଦ୍ୟାଳୟର କୁଳପତି ତଥା ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷମାନଙ୍କ ସହ ପରୀକ୍ଷା ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା। ୟୁଜିସି ସଚିବଙ୍କୁ ଲେଖାଯାଇଥିବା ଚିଠିରେ ସେ କହିଛନ୍ତି ଯେ, “ଯେହେତୁ ସେମାନେ ଚୂଡାନ୍ତ ସେମିଷ୍ଟାର/ ଶେଷ ବର୍ଷ ୟୁଜି ଏବଂ ପିଜି ପରୀକ୍ଷା କରିବାକୁ ଯୋଜନା କରିନାହାଁନ୍ତି, ତେଣୁ ପରୀକ୍ଷା ପରିଚାଳନା ପାଇଁ ପ୍ରାୟ ୨୫ ଦିନ ସମୟ ଆବଶ୍ୟକ ହେବ। ତେଣୁ ସେପ୍ଟେମ୍ବର ୨୦ ରୁ ପରୀକ୍ଷା ପରିଚାଳନା ଆରମ୍ଭ ହୋଇପାରେ ବୋଲି ଏଥିରେ କୁହାଯାଇଛି।
ଯେହେତୁ ଏକାଧିକ ତଥା ତିନିରୁ ଚାରିଟି ବିଷୟରେ ପରୀକ୍ଷାକୁ ରହିଛି ଏବଂ ୩୦.୦୯.୨୦୨୦ ପର‌୍ୟ୍ୟନ୍ତ ପରୀକ୍ଷା ଶେଷ ହେବାକୁ ସମୟ ରହିଛି, ଏଣୁ ଦିନକୁ ଗୋଟିଏ ଲେଖାଏଁ ବିଷୟରେ ପରୀକ୍ଷା କରିବାକୁ ଚିଠିରେ ଅନୁରୋଧ କରାଯାଇଛି । ଗୋଟିଏ ଦିନରେ ଏକାଧିକ ପରୀକ୍ଷା କରିବା ଦ୍ୱାରା ପରୀକ୍ଷା କେନ୍ଦ୍ରରେ ବହୁ ସଂଖ୍ୟକ ଛାତ୍ରଙ୍କ ଆସିବେ ଏବଂ ସେଠାରେ କୋଭିଡ୍ କଟକଣା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking