40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶନେତାଙ୍କ ଭାଷଣ ବେଳେ ଭୁଶୁଡିଲା ମଞ୍ଚ : ୫ ମୃତ, ୫୦ରୁ ଅଧିକ ଆହତ

ନେତାଙ୍କ ଭାଷଣ ବେଳେ ଭୁଶୁଡିଲା ମଞ୍ଚ : ୫ ମୃତ, ୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ମେକ୍ସିକୋରେ ଘଟିଛି ଅଭାବନୀୟ ଘଟଣା। ନେତାଙ୍କ ଭାଷଣ ଚାଲିଥିବା ବେଳେ ହଠାତ୍ ଭୁଶୁଡି ପଡିଛି ମଞ୍ଚ। ଏଥିରେ ୫ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଭାରତ ସମେତ ମେକ୍ସିକୋରେ ମଧ୍ୟ ବର୍ତ୍ତମାନ ନିର୍ବାଚନ ପ୍ରଚାର ଜୋରସୋର୍‌ରେ ଚାଲିଛି। ଜୁନ୍‌ ୨ ତାରିଖରେ ଏଠାରେ ଭୋଟିଂ ହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି। ବୁଧବାର ସନ୍ଧ୍ୟାରେ ନୁଭୋ ଲିଓନ୍ ରାଜ୍ୟର ସାନ ପେଡ୍ରୋ ଗାର୍ସିଆ ସହରରେ ସିଟିଜେନ୍‌ ମୁଭ୍‌ମେଣ୍ଟ ପାର୍ଟିର ଏକ ରାଜନୈତିକ ସମାବେଶ ଚାଲିଥିଲା। ମଞ୍ଚ ଉପରେ ଠିଆ ହୋଇ ନେତା ଭାଷଣ ଦେଉଥିଲେ। ଏତିକି ବେଳେ ହଠାତ୍ ମଞ୍ଚଟି ଭୁଶୁଡି ପଡିଥିଲା। ଫଳରେ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ସିଟିଜେନ୍‌ ମୁଭ୍‌ମେଣ୍ଟ ଦଳର ନେତା ଜର୍ଜ ମେନେଜ ତାଙ୍କ ଭାଷଣ ଦେଉଥିଲେ। ଏତିକି ବେଳେ ହଠାତ୍ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଞ୍ଚ ଭୁଶୁଡିବା ପରେ ଲୋକେ ଭୟରେ ଏପଟସେପଟ ଦୌଡିବାକୁ ଲାଗିଥିଲେ। ଫଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଠେଲାପେଲା ଓ ଦଳଚକଟାରେ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking