20.1 C
Bhubaneswar
Sunday, December 22, 2024
Homeଅପରାଧବାପାକୁ ପିଟିପିଟି ମାରିଦେଲା ପୁଅ, ଅଭିଯୋଗ ଆଣିଲେ ଝିଅ

ବାପାକୁ ପିଟିପିଟି ମାରିଦେଲା ପୁଅ, ଅଭିଯୋଗ ଆଣିଲେ ଝିଅ

ନୀଳଗିରି : ବାପାକୁ ପିଟିପିଟି ମାରିଦେଲା ପୁଅ। ଝିଅଙ୍କ ଦ୍ବାରା ଏଭଳି ଅଭିଯୋଗ ଆସିବା ପରେ ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ‌ହୋଇଛି। ମୃତ ବ୍ୟକ୍ତି ହେଲେ ରାମଚନ୍ଦ୍ର ପଣ୍ଡା। ସୂଚନା ଅନୁସାରେ ନୀଳଗିରି ଥାନା ଅଧୀନ ଶ୍ୟାମସୁନ୍ଦରପୁର ଅଞ୍ଚଳର ଓତାସାହି ଗ୍ରାମର ରାମଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ପୁଅ ସୁମନ୍ତ ପଣ୍ଡା ପିଟିପିଟି ମାରିଥିବା ଅଭିଯୋଗ କରିଛନ୍ତି ଝିଅ ସୁକାନ୍ତୀ ଦାଶ। ଶ୍ରୀମତୀ ଦାସ କହିଛନ୍ତି, ତାଙ୍କ ବାପାଙ୍କୁ ପୂର୍ବରୁ ସାନ ଭାଇ ଅତ୍ୟାଚାର କରୁଥିଲା। ତାଙ୍କୁ ମାରିଦେଇ ସ୍ବର୍ଗରଥରେ ପୁରୀ ନେଇଯିବା ପାଇଁ ବ୍ୟବସ୍ଥା କରିଥିଲା। ହେଲେ ଝିଅ ସୁକାନ୍ତୀ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅପରପକ୍ଷରେ ରାମଚନ୍ଦ୍ର ପଣ୍ଡାଙ୍କର ପୁଅ ସୁମନ୍ତଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, କେହି ପୁଅ କଣ ତାର ବାପାକୁ ମାରିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking