31.1 C
Bhubaneswar
Tuesday, April 1, 2025
Homeଅପରାଧଫୋନ କିଣିବାକୁ ମିଳିଲାନି ଟଙ୍କା, ମା’ର ଜୀବନ ନେଲା ପୁଅ

ଫୋନ କିଣିବାକୁ ମିଳିଲାନି ଟଙ୍କା, ମା’ର ଜୀବନ ନେଲା ପୁଅ

ହାଇଦ୍ରାବାଦ: ମାଆ ଠାରୁ ସାମାନ୍ୟ ସ୍ମାର୍ଟଫୋନ ହେଲା ମୂଲ୍ୟବାନ । ଫୋନ କିଣିବାକୁ ଟଙ୍କା ନ ମିଳିବାରୁ ମାଆ କୁ ହତ୍ୟା କରିବାକୁ ପଛାଇଲାନି ପୁଅ । ଆଉ ଅତି ନିର୍ମମ ଭାବେ ହତ୍ୟା କରିଥିବାର ନିନ୍ଦନୀୟ ଘଟଣା ଘଟିଛି ତେଲେଙ୍ଗାନାର ଜୋଗୁଲମ୍ବା ଗଡୱାଲ ଜିଲ୍ଲାରେ । ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଚାରିଆଡେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଜୋଗୁଲମ୍ବା ଗଡୱାଲର ଜିଲ୍ଲାର ଉଣ୍ଡାଭଲ୍ଲୀ ମଣ୍ଡଳ ଶେରିପଲ୍ଲୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ମହିଳା ହେଉଛନ୍ତି ଲକ୍ଷ୍ମୀ । ଲକ୍ଷ୍ମୀ ଓ ଭେଙ୍କଟେଶ୍ୱରାଲୁଙ୍କ ୨ଟି ପୁଅ । ବଡ ପୁଅ ମହେଶ ଓ ସାନ ପୁଅ ସାଲେମାନ । ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବେଳେ ସେ ଘରେ ରୁହନ୍ତି । ଲକ୍ଷ୍ମୀ ଚାଷଜମିରେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ସେପଟେ ବଡ଼ ପୁଅ ମହେଶ ଶ୍ରମିକ କାମ କରିଥାଏ । ମହେଶ ନିଜ ମାଆକୁ ଏକ ଫୋନ କିଣିବା ପାଇଁ ଟଙ୍କା ମାଗିଥିଲା ।

ହେଲେ ଆର୍ôଥକ ସମସ୍ୟା ଯୋଗୁଁ ଲକ୍ଷ୍ମୀ ଫୋନଟିଏ କିଣିପାରିନଥିଲେ । ଗତ ମଙ୍ଗଳବାର ସେ ଫୋନ ମାଗିଥିଲା । ଲକ୍ଷ୍ମୀ ଫୋନ କିଣି ଦେବାକୁ ଅସମର୍ଥ ବୋଲି କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ମହେଶ ଉତକ୍ଷିପ୍ତ ପଥରରେ ଲକ୍ଷ୍ମୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛି । ଏହି ଆକ୍ରମଣ ପରେ ଲକ୍ଷ୍ମୀଙ୍କ ମୁଣ୍ଡରୁ ବହୁ ମାତ୍ରାରେ ରକ୍ତସ୍ରାବ ହେବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସାନ ପୁଅ ସାଲେମାନ ନିକଟରେ କାର ଭାଙ୍ଗିବା ଅଭିଯୋଗରେ ଜେଲ ଯାଇଥିଲା । ବଡ ପୁଅ ମହେଶ କିଛି ଦିନ ପୂର୍ବେ ହାତରେ ଆଘାତ ଲାଗିବା ଯୋଗୁଁ ଘରେ ରହୁଥିଲା । ଆଉ ଲକ୍ଷ୍ମୀ କାମକୁ ନ ଯାଇ ପୁଅର ସେବା କରୁଥିଲେ । ହେଲେ ସେହି ପୁଅ ବୁଝିଲାନି ମାଆର ମମତା । ଆଉ ପରିଶେଷରେ ସାମାନ୍ୟ ଫୋନ ପାଇଁ ମାଆକୁ କରିଛି ହତ୍ୟା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking