ନୂଆଦିଲ୍ଲୀ : ନିଜ ମାଆକୁ ମାରି କାହାକୁ କିଛି ନଜଣାଇଘରର ଅଗଣାରେ ପୋତିଦେଇଥିଲା ପୁଅ । ଏଭଳି ଘଟଣା ଘଟିଛି କେରଳର କୋଚି ଅନ୍ତଗର୍ତ ବେନ୍ନାଲାରେ । ପ୍ରଦୀପ ଭେନେଲା ନାମକ ୫୦ ବର୍ଷିୟ ଜଣେ ବ୍ୟକ୍ତି ଏହି ଅଭାବନୀୟ ଘଟଣା ଘଟାଇଛି । ପ୍ରଦୀନ ଜଣେ ନିଶାଗ୍ରସ୍ତ ଏବଂ ମାନସିକ ଭାବେ ଅସ୍ଥିର ବ୍ୟକ୍ତି । ସେ ତାଙ୍କ ପରିବାରର ଅନ୍ୟମାନଙ୍କୁ ହଇରାଣ କରୁଥିଲେ । ପ୍ରଦୀପଙ୍କ ମା ଜଣେ ମଧୁମେୟ ରେଗୀ ଥିଲେ । ପଡୋଶୀଙ୍କଠାରୁ ସୂଚନା ପାଇ ପୋଲିସ ଗୁରୁବାର ଅଭିଯୁକ୍ତ ପ୍ରତୀପ ଗିରଫ କରିଛି। ପ୍ରଦୀପ ପୋଲିସ ନିକଟରେ କହିଛି ଯେ ସେ ମଦ୍ୟପାନ କରିଥିଲେ ମାତ୍ର ତାଙ୍କ ମାଆ ଙ୍କୁ ମାରିନାହାନ୍ତି । ତାଙ୍କ ମାଆଙ୍କର ପ୍ରାକ୍ୟତିକ ଭାବରେ ଦେହାନ୍ତ ହୋଇଛି । ସେ ନିଜ ମାଆାଙ୍କର ସମସ୍ତ ରିତୀନିତି କରି ସାରିବା ପରେ ତାଙ୍କୁ ମାଟି ତଳେ ପୋତିଦେଇଥିଲେ । ପୋଲିସ ମାଟି ଖୋଳି ମୃତଦେହ ବାହାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।