26.1 C
Bhubaneswar
Sunday, January 19, 2025
Homeଅପରାଧଟଙ୍କା ନଦେବାରୁ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ

ଟଙ୍କା ନଦେବାରୁ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ

ପାଟନା: ପୁଅ ପାଇଁ ବାପା ସବୁକିଛି ହୋଇଥାନ୍ତି, ସବୁ ବାପା ନିଜ ସନ୍ତାନଙ୍କୁ ସଫଳତାରେ ଶୀର୍ଷରେ ଦେଖିବାକୁ ଚାହାନ୍ତି । ପୁଅ ଉପରେ ଯେତେ ରାଗିଲେ ବି ଭିତରେ ସେତିକି ସ୍ନେହ ମଧ୍ୟ କରିଥାନ୍ତି । କିନ୍ତୁୁ ବର୍ତ୍ତମାନ ଏଭଳି ବାପା-ପୁଅକୁ ନେଇ ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ବି କଷ୍ଟ ଅନୁଭବ କରିବେ । ଯେଉଁଠାରେ ଜଣେ ପୁଅ ନିଜ ବାପାକୁ ନୃଶଂସ ଭାବରେ ହତ୍ୟା କରିଛି, ତାହାବି ସାମାନ୍ୟ କିଛିଟା ଟଙ୍କା ପାଇଁ । ଏହି ଘଟଣା ବିହାର ପରସା ବଜାର ଥାନା ଅଞ୍ଚଳର ସୁଇଥା ଗ୍ରାମରେ ଘଟିଛି ।

କୁହାଯାଉଛି ଯେ ଅଭିଯୁକ୍ତ ସାଗର ନିଜ ବାପାଙ୍କୁ ଟଙ୍କା ମାଗିଥିଲେ । ଆଉ ଯେତବେଳେ ତାଙ୍କ ବାପା ଟଙ୍କା ଦେଇପାରିନଥିଲେ ସାଗର ରାଗିଯାଇଥିଲା ଏବଂ ଏହି ରାଗରେ ପ୍ରଥରେ ବାପାଙ୍କୁ ପିଟିଥିଲେ ଏବଂ ପରେ ପାଖରେ ପଡ଼ିଥିବା ଏକ ଇଟାରେ ଛେଚି ହତ୍ୟା କରିଥିଲା। ତେବେ ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଗିରଫ କରିଛି । ଆଉ ଏଭଳି ହତ୍ୟାକାରୀ ପୁଅ କାରନାମାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking