ଡେରାଡୁନ୍: ଉତ୍ତରାଖଣ୍ଡରୁ ଆସିଲା ହୃଦୟ ବିଦାରକ ଘଟଣା । ବାପା-ପୁଅ ମଧ୍ୟରେ ସାମାନ୍ୟ ବଚସା ଏବଂ ମତଭେଦକୁ ନେଇ ପୁଅର ନୃଂଶସ କାଣ୍ଡ । ବାପାର ଆଙ୍ଗୁଠି ସହ ଗୁପ୍ତାଙ୍ଗ କାଟିଲା ସୈନିକ ପୁଅ । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ଉତ୍ତରାଖଣ୍ଡର କାଶିପୁର ଗାଁରେ । ବାପାଙ୍କ ଆଙ୍ଗୁଠି ଏବଂ ଗୁପ୍ତାଙ୍ଗ କାଟି ଦେଇଥିବା ପୁଅ ଏବଂ ତା ସାଙ୍ଗମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସାଙ୍ଗମାନେ ଫେରାର ହୋଇଥିବା ସୂଚନା ଦେଇଛି ପୋଲାସ । ସୂଚନା ଅନୁଯାୟୀ, ଡିସେମ୍ବର ୨୬ ସନ୍ଧ୍ୟାରେ ପିଡିତଙ୍କ ପୁଅ ତାର ତିନି ସାଙ୍ଗ ସହ ମିଶି କାଠ କଟା କୁରାଢି ସାହାଯ୍ୟରେ ତାଙ୍କ ଉପରେ ସାଂଘାତିକ ଆକ୍ରମଣ କରିଥିଲେ । କେବଳ ଏତିକି ନୁହେଁ ଅଭିଯୁକ୍ତ ତାଙ୍କ ବାମ ହାତର ଆଙ୍ଗୁଠି ଏବଂ ଗୁପ୍ତାଙ୍ଗ ମଧ୍ୟ କାଟି ଦେଇଥିଲା । କାଶିପୁରର କାଚାନାଲ ଗାଜି କୁମାଓନ କଲୋନୀର ବାସିନ୍ଦା ଏହି ମାମଲାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲାସ । ପୀଡିତଙ୍କ ସୂଚନା ଅନୁଯାୟୀ , ତାଙ୍କ ପୁଅ ସମେତ ମୋଟ ଚାରି ଜଣ ତାଙ୍କୁ ଆକ୍ରମଣ କରିଛନ୍ତି । ଆକ୍ରମଣକାରୀଙ୍କ ମଧ୍ୟରୁ ସେ ପୁଅର ଦୁଇଜଣ ବନ୍ଧୁଙ୍କୁ ଚିହ୍ନିଥିବା ବେଳେ, କିନ୍ତୁ ଅନ୍ୟ ଜଣକୁ ଜାଣନ୍ତି ନାହାନ୍ତି । ପୀଡିତାଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ରୋହିତ ଭର୍ମା ଏବଂ ରାହୁଲ ସାଇନି । ଉଭୟ କାଶୀପୁରର ବାସିନ୍ଦା ବୋଲି ପୀଡିତ ସୂଚନା ଦେଇଛନ୍ତି ।
ତାଙ୍କ ପୁଅ ସେନାରେ କାମ କରୁଥିବା ବେଳେ ସେ ତାର ଛୁଟି କାଟିବାକୁ ଘରକୁ ଆସିଥିଲା । କୌଣସି କାରଣରୁ ବଚସା ହେବା ପରେ ସେ ତାର ସାଙ୍ଗମାନଙ୍କ ସହ ମିଶି ଏପରି ଜଘନ୍ଯା କଣ୍ଡ ଘଟାଇଛି । ପୀଡିତା ଜଣାଇଛନ୍ତି ଯେ ଦୁଇ ଅଭିଯୁକ୍ତ ତାଙ୍କ ପାଟି ଓ ହାତ ଧରିଥିଲେ । ତୃତୀୟ ଅଭିଯୁକ୍ତ ତାଙ୍କ ପାଦ ଧରିଥିଲେ ଯେପରି ସେ ଚିତ୍କାର କରିପାରିନଥିଲେ । ପୀଡିତା କହିଛନ୍ତି ଯେ ଆଙ୍ଗୁଠି ଏବଂ ଗୁପ୍ତାଙ୍ଗ କାଟିବା ପରେ ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲେ । ପୀଡିତା ପୋଲିସକୁ କହିଥିଲେ ଯେ ତାଙ୍କ ଭାଇ ହିଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାସହ ସେ ତାଙ୍କ ଭାଇ ଏବଂ ପୁଅକୁ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲା । ଏହି ମାମଲାରେ କାଶୀପୁରର ପୋଲିସ ଅଧୀକ୍ଷକ ଅଭୟ ସିଂ କହିଛନ୍ତି ଯେ ପୀଡିତା ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ଜଣାଇ ନାହାଁନ୍ତି । ଅନେକ ଦିନ ପରେ ସେ ଏ ବିଷୟରେ ପୋଲିସକୁ କହିଥିଲେ । ଏହା ପରେ ପ୍ରତାପ ପୋଲିସ ଚୋକି ଇନଚାର୍ଜଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।