27.1 C
Bhubaneswar
Friday, June 28, 2024
Homeଦେଶ ବିଦେଶଜଟିଳ ହେଉଛି ଗାଜା ପରିସ୍ଥିତି – ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜଟିଳ ହେଉଛି ଗାଜା ପରିସ୍ଥିତି – ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ତେଲ ଆବିଭ୍‌: ଇସ୍ରାଏଲ-ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଗାଜାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଉଦ୍‌ବେଗ ପ୍ରକାଶ କରିଛି। ଇସ୍ରାଏଲ ସେନା ଏବେ ଗାଜାର ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରୁଛି। ଗାଜାର ଦକ୍ଷିଣାଞ୍ଚଳ ଖାନ ୟୁନିସି ଓ ରାଫା ସହର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ କରିଛି। ଏପରିସ୍ଥିତିକୁ ନେଇ ପାଲେଷ୍ଟାଇନସ୍ଥିତ ହୁ’ର ପ୍ରତିନିଧି ରିଚାର୍ଡ ପିପେରକୋର୍ଣ୍ଣ କହିଛନ୍ତି ଯେ ଗାଜାର ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ଜଟିଳ ହେବାରେ ଲାଗିଛି। ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଗାଜାରେ ୧୫,୮୯୦ ଲୋକଙ୍କର ମୃତ୍ୟୁ ହେଲାଣି ବୋଲି ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହି ମୃତକଙ୍କ ମଧ୍ୟରୁ ୭୦% ହେଉଛନ୍ତି ଶିଶୁ ଓ ମହିଳା। ଏହି ଯୁଦ୍ଧରେ ୪୨,୦୦୦ ନାଗରିକ ଆହତ ହେଲେଣି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ଆକଳନ ଉପରେ ଇସ୍ରାଏଲ ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଗାଜାରେ ଯେଉଁ ୧୫ହଜାର ଲୋକ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୫ହଜାର ହେଉଛନ୍ତି ଆତଙ୍କବାଦୀ। ଏହି ଯୁଦ୍ଧରେ ଇସ୍ରାଏଲର ୮୪ଜଣ ସୈନିକ ପ୍ରାଣ ହରାଇଲେଣି। ଏହା ସହିତ ୧୦୦୦ରୁ ଅଧିକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking