28.1 C
Bhubaneswar
Sunday, September 8, 2024
Homeଓଡିଶା୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ଜାଲରେ ଧରା ପଡ଼ିଲେ ଏସଆଇ

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ଜାଲରେ ଧରା ପଡ଼ିଲେ ଏସଆଇ

ଯାଜପୁର: ଭିଜିଲାନ୍‌ସ ହାତରେ ପୋଲିସ ସବ୍‌ ଇନ୍‌ସପେକ୍ଟର । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଜାଲରେ ଧରା ପଡ଼ିଲେ ଥାନା ଏସଆଇ । ମାମଲା ଦଫାରଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏସଆଇ ନିର୍ମଳ ସେନାପତି। ଲାଞ୍ଚ ଟଙ୍କା ସବ୍‌ ଇନ୍‌ସପେକ୍ଟରଙ୍କ ଠାରୁ ଜବତ କରାଯାଇଛି। ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ଏକ ବାଲି ବୋଝେଇ ହାଇୱା ଜବତ କରି ଥାନା ଜିମା ଦେଇଥିଲେ। ଏହି ଘଟଣାରେ ସୁକିନ୍ଦା ଥାନା ପୋଲିସ ଗତକାଲି ମାମଲା ରୁଜୁ କରି ବାଲି ଗାଡ଼ି ଚାଳକ ମନୋହରପୁର ଗାଁର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜବତ ବାଲି ବୋଝେଇ ଗାଡ଼ିକୁ ଥାନାରୁ ଛାଡ଼ିଦେବା ପାଇଁ ଗାଡ଼ି ମାଲିକଙ୍କ ଠାରୁ ସୁକିନ୍ଦା ଥାନା ଏସଆଇ ନିର୍ମଳ ସେନାପତି ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଚଢାଉ କରି ତାଙ୍କ ହାତରୁ ୧୦ହଜାର ଟଙ୍କା ଜବତ କରିଛି। ଏନେଇ ଭିଜିଲାନ୍ସ ଟିମ୍‌ ଏସଆଇ ନିର୍ମଳ ସେନାପତି ଓ ତାଙ୍କ ପତ୍ନୀଙ୍କୁ ଅଧିକ ପଚରାଉଚରା ପାଇଁ କଟକ ଭିଜିଲାନ୍‌ସ କାର୍ଯ୍ୟାଳୟକୁ ନେଇଛି। ଏହା ସହ ନିର୍ମଳ ସେନାପତିଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଆରମ୍ଭ କରିଛି ଭିଜିଲାନ୍‌ସ। ଦୁଇଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍‌ସ ଟିମ୍‌।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking