ପୁରୀ: ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଫୁଲୁରୀ ତେଲ ଲଗାଯିବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସେହିଭଳି ଆଜି ୧୪ ଦିନିଆ ଅଣସରର ଅଷ୍ଟମ ଦିବସ । ଷଷ୍ଠୀ ତିଥିରୁ ମହାପ୍ରଭୁଙ୍କଠାରେ ଓଷ ଲାଗି କରାଯାଉଥିବା ବେଳେ ଆଜି ଅଷ୍ଟମୀ ତିଥିରେ ମଧ୍ୟ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଓଷ ଲେପନ କରିବେ ଦଇତାପତି ସେବକ । ସେପଟେ ରଥଖଳାରେ ତିନି ରଥର କାମ ଆଗେଇ ଚାଲିଛି । ତିନି ରଥର ପାରାଭାଡି ସମେତ ୧୩ତମ ପରସ୍ତ ‘ଖପୁରୀ ପାରେଣୀ’ ପଡିବା ସହ ତିନି ରଥ ଚାରି ପାଶ୍ୱର୍ରେ ତାଗ ବାଡିଆ ଶେଷ ହୋଇଥିଲା । ଏବେ ରଥର ଚାରି ପାର୍ଶ୍ୱରେ ତାଗ ବା ବଟନ ବାଡିଆ ପରେ ତାଗ ଉପରେ ପଟା ବାଡିଆ କାର୍ଯ୍ୟ ଜାରି ରହିଛି ।