29.1 C
Bhubaneswar
Sunday, November 17, 2024
Homeଖେଳଆଜିଠାରୁ ଦ୍ୱିତୀୟ ଆଶେସ୍ ଟେଷ୍ଟ : ଇଂଲଣ୍ଡ ଦଳକୁ ଫେରିଲେ ଆଣ୍ଡରସନ୍ ଓ ବ୍ରଡ୍‌

ଆଜିଠାରୁ ଦ୍ୱିତୀୟ ଆଶେସ୍ ଟେଷ୍ଟ : ଇଂଲଣ୍ଡ ଦଳକୁ ଫେରିଲେ ଆଣ୍ଡରସନ୍ ଓ ବ୍ରଡ୍‌

ଆଡିଲେଡ୍‌:  ଆଜିଠାରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଶେସ୍ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆଡିଲେଡ୍‌ରେ ଖେଳାଯିବ । ଆସନ୍ତାକାଲିର ମ୍ୟାଚ୍ ପାଇଁ ଉଭୟ ଦଳ ବୁଧବାର ନିଜ ନିଜ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛନ୍ତି । ବ୍ରିସ୍‌ବେନ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ୯ ୱିକେଟ୍‌ରେ ବିଜୟୀ ହୋଇ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ଘରୋଇ ଅଷ୍ଟ୍ରେଲିଆ ଦଳରେ ଆହତ ପେସର୍ ଜୋଶ୍ ହେଜଲ୍‌ଉଡ୍‌ଙ୍କୁ ସ୍ଥାନରେ ଯୁବ ଫାଷ୍ଟ ବୋଲର୍ ଝାଇ ରିଚାର୍ଡସନ୍‌କୁ ସାମିଲ କରାଯାଇଛି । ସେହିପରି ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୯୪ ରନ୍ କରିଥିବା ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍ ମଧ୍ୟ ଫିଟ୍ ଘୋଷିତ ହୋଇଛନ୍ତି ଏବଂ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି । ବ୍ରିସ୍‌ବେନ୍ ଟେଷ୍ଟରେ ପିଠି ଯନ୍ତ୍ରଣାଳ ଅନୁଭବ କରିବା ପରେ ହେଜଲ୍‌ଉଡ୍‌ଙ୍କୁ ତାଙ୍କ ଗୃହ ସିଡ୍‌ନୀ ପଠାଇ ଦିଆଯାଇଛି ।

ପିଙ୍କ୍ ବଲ୍ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଶତପ୍ରତିଶତ ଥିବାରୁ ଏହି ମ୍ୟାଚ୍‌ରେ ଜିତି ୨-୦ରେ ଆଗୁଆ ହେବା ପାଇଁ କଙ୍ଗାରୁ ଦଳ ନିକଟରେ ଭଲ ସୁଯୋଗ ରହିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ ଘୋଷଣାର କିଛି ସମୟ ପରେ ଇଂଲଣ୍ଡ ନିଜର ୧୨ ଜଣିଆ ଦଳ ଘୋଷଣା କରିଥିଲା । ଜୋ ରୁଟ୍‌ଙ୍କ ନେତୃତ୍ୱାଧୀନ ଦଳରୁ ଫାଷ୍ଟ ବୋଲର୍ ମାର୍କ ଉଡ୍ ବାଦ୍ ପଡ଼ିଥିବା ବେଳେ ଜେମ୍ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ପରି ମହାନ୍ ବୋଲର୍‌ଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି ।

ଚାରିବର୍ଷ ପୂର୍ବେ ଅଷ୍ଟ୍ରେଲିଆ ପ୍ରଥମ ପିଙ୍କ୍‌ବଲ୍ ମ୍ୟାଚ୍‌ରେ ୫ ୱିକେଟ୍ ହାସଲ କରିଥିବା ଆଣ୍ଡରସନ୍ ବୁଧବାର ନେଟ୍ସରେ ୪୦ ମିନିଟ୍ ପର୍ଯ୍ୟନ୍ତ ବୋଲିଂ ଅଭ୍ୟାସ କରିଥିଲେ । ଉଭୟ ଆଣ୍ଡରସନ୍ ଓ ବ୍ରଡ୍‌ଙ୍କର ଦିବାରାତ୍ର ଟେଷ୍ଟରେ ରେକର୍ଡ ଉନ୍ନତ ରହିଛି । ଫଳରେ ଏହି ଦୁହିଁଙ୍କ ପ୍ରଦର୍ଶନରୁ ଫାଇଦା ଉଠାଇ ଦଳ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିବ । ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ମାର୍କସ ହ୍ୟାରିସ୍‌, ଡେଭିଡ୍ ୱାର୍ଣ୍ଣର, ମାର୍ନସ୍ ଲାବୁଶେନ୍‌, ଷ୍ଟିଭ୍ ସ୍ମିଥ୍‌, ଡ୍ରେଭିସ୍ ହେଡ୍‌, କାମେରନ୍ ଗ୍ରୀନ୍‌, ଆଲେକ୍ସ କେରୀ (ୱିକେଟ୍‌କିପର୍‌), ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ୍ ଷ୍ଟାର୍କ, ନାଥନ ଲିଅନ୍‌, ଝାଇ ରିଚାର୍ଡସନ୍ । ଇଂଲଣ୍ଡ ଦଳ: ରୋରୀ ବର୍ନସ୍‌, ହସିବ୍ ହମିଦ୍‌, ଡାୱିଡ୍ ମାଲାନ୍‌, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଓଲି ପୋପ୍‌, ଜୋସ୍ ବଟ୍‌ଲର୍ (ୱିକେଟ୍‌କିପର୍‌),  କ୍ରିସ୍ ୱକ୍ସ, ଓଲି ରବିନ୍‌ସନ୍‌, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ୍‌, ଜ୍ୟାକ୍ ଲିଚ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking