20.1 C
Bhubaneswar
Friday, January 24, 2025
Homeଓଡିଶାଗଠନ ହେଲା ସ୍କ୍ରିନିଂ କମିଟି : ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ, ଆଉ ଦୁଇ ସଭ୍ୟ 

ଗଠନ ହେଲା ସ୍କ୍ରିନିଂ କମିଟି : ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ, ଆଉ ଦୁଇ ସଭ୍ୟ 

ଭୁବନେଶ୍ୱର: ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ପରିଚାଳନା ସହ ଆଚରଣବିଧି ଉଲ୍ଲଙ୍ଘନକୁ ଜଗିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଏକ ‘ସ୍କ୍ରିନିଂ କମିଟି’ ଗଠନ କରିଛନ୍ତି । ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ୩ ଜଣିଆ କମିଟିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷ ରହିଥିଲା ବେଳେ ଅନ୍ୟ ଦୁଇ ବରିଷ୍ଠ ଆଇଏଏସ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ରହିବା ଜରୁରୀ ବୋଲି କୁହାଯାଇଛି । ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟରେ ୩୦ ଜିଲ୍ଲା ନିମନ୍ତେ ୩୮ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ୩୪ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ।

ନିର୍ବାଚନ ସମୟରେ ଆୟୋଗଙ୍କୁ ଏମାନେ ନିୟମିତ ଅନ୍ତରରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଜିଲ୍ଲାରେ ନିର୍ବାଚନ ଆଚରଣବିଧିର ସଠିକ ପାଳନ ହେଉଛି କି ନାହିଁ ତାହା ଉପରେ ପର୍ଯ୍ୟବେକ୍ଷକମାନେ ଦୃଷ୍ଟି ରଖିବେ । ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ପାର୍ଥୀ ଏବଂ ରାଜନୈତିକ ଦଳମାନଙ୍କ ଖର୍ଚ୍ଚ, ନିର୍ବାଚନରେ ବ୍ୟବହୃତ ଯାନ ଆଦି ତଦାରଖ କରିବା ସହ ନିୟମିତ ଖର୍ଚ୍ଚ ତାଲିକା ଯାଞ୍ଚ କରିବେ । ଯଦି କୌଣସି ପ୍ରାର୍ଥୀ ଧାର୍ଯ୍ୟ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କରିଥିବା ନଜରକୁ ଆସେ ସେ ସଂପର୍କରେ ତୁରନ୍ତ କମିଶନରଙ୍କ ନଜରକୁ ଆଣିବେ । ମୁଖ୍ୟଶାସନ ସଚିବଙ୍କ ନେତୃତ୍ୱରେ ଗଠିତ ସ୍କ୍ରିନିଂ କମିଟି ଏସବୁର ତଦାରଖ କରିବେ ବୋଲି ଏସଇସି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking