31.1 C
Bhubaneswar
Friday, October 18, 2024
Homeଓଡିଶାଘରେ ପସି ଗଡ଼ରେଜ ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟିନେଲା ଡକାୟତ

ଘରେ ପସି ଗଡ଼ରେଜ ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟିନେଲା ଡକାୟତ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଏଵେ ଦିନକୁ ଦିନ ଡକାୟତ ଓ ଲୁଟେରା ମାନଙ୍କ ପ୍ରାଦୁର୍ଭାବ ବଢ଼ି ବାରେ ଲାଗିଛି l ଏହି ଡକାୟତ ମାନେ ବିଭିନ୍ନ ଆଳ ଦେଖାଇ ଭଦ୍ର ଲୋକର ପରିଚୟ ଦେଇ ଘର ମାଲିକ ମାନଙ୍କୁ ମାତ୍ରାଧିକ ଟଙ୍କା ଦେଇ ଘରଭଡାରେ ରହୁଛନ୍ତି l ଯାହାର ଖୋଜ ଖବର ନା ଘର ମାଲିକ ମାନଙ୍କ ପାଖରେ ଅଛି ନା ଅଛି ପ୍ରଶାସନ ପାଖରେ l ଫଳରେ ଏହି ମୌକାର ଫାଇଦା ଉଠଉଛନ୍ତି ଡକାୟତ ମାନେ l ସୂଚନା ମୁତାବକ ଯାଜପୁର ଆଦର୍ଶ ଥାନା ଅଧିନସ୍ଥ ବ୍ୟାସନଗର ପୌର ପରିଷଦର ସ୍ଥିତ ୧୪ ନମ୍ବର ଔଡ ଚୋରଦା ଗ୍ରାମରେ ଆଜି ସନ୍ଧ୍ୟା ୬ ଟା ସମୟରେ ବିଚିତ୍ରାନନ୍ଦ ମହାନ୍ତିଙ୍କ ପରିବାର ଘର ନିକଟସ୍ଥ ମନ୍ଦିରକୁ ସନ୍ଧ୍ୟା ଆଳତୀ କରିବାକୁ ଯାଇଥିଲେ l ତେବେ ଘରେ କେହିନଥିବା ଦେଖି ଡକାୟତ ମାନେ ଏହାର ଫାଇଦା ଉଠାଇଥିଲେ l ଘରଭିତରେ ପଶି ୨ଟି ଗଡ଼ରେଜର ତାଲାଭାଙ୍ଗି ନଗଦ ୭0 ହଜାର ଟଙ୍କା ସହ ୧୫ ଭରି ସୁନାକୁ ଲୁଟି ନେଇଥିଲେ l ପରିବାର ଲୋକେ ଘରେ ପହଞ୍ଚି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ ଏବଂ ସ୍ଥାନୀୟ ଯାଜପୁର ରୋଡ଼ ଥାନାରେ ଏକ ଅଭିଯୋଗ କରିଥିଲେ l ତେବେ ଅଭିଯୋଗକୁ ଆଧାର କରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ଯାଜପୁର ରୋଡ଼ ପୋଲିସ l ଅନ୍ୟପଟେ ଏହି ଡକାୟତ ମାନେ ଦିନରେ ହେଉ ଅଵା ସନ୍ଧ୍ୟାରେ ହେଉ ହଠାତ ଘରେପସୀ ନିମିଷକ ଭିତରେ ସୁନା, ଗହଣା ଓ ଟଙ୍କା ଲୁଟି ନେଇଯାଉଛନ୍ତି l ଫଳରେ ଲୋକେ ଘର ବାରଣ୍ଡାରେ ବି ବସିବାକୁ ସୁରକ୍ଷିତ ମନେ କରୁନାହାନ୍ତି l ତେବେ ଖୁବଶୀଘ୍ର ଏହି ଡକାୟତ ମାନଙ୍କୁ ଧରାଯିବ ବୋଲି ଯାଜପୁର ରୋଡ଼ ପୋଲିସ ସୂଚନା ଦେଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking