14.1 C
Bhubaneswar
Saturday, January 11, 2025
Homeଓଡିଶାଲୋକେ ସଜାଗ ରହିଲେ ତୃତୀୟ ଲହର ଆଶଙ୍କାକୁ ଏଡ଼ାଇହେବ

ଲୋକେ ସଜାଗ ରହିଲେ ତୃତୀୟ ଲହର ଆଶଙ୍କାକୁ ଏଡ଼ାଇହେବ

ଭୁବନେଶ୍ୱର:  ରାଜ୍ୟ ସରକାର କରୋନାର ମୁକାବିଲା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି । ଏବେ ସାରା ଦେଶରେ ଓମିକ୍ରନ୍ ସଂକ୍ରମଣ ମାଡ଼ିବାରେ ଲାଗିଛି । ତେଣୁ ରାଜ୍ୟରେ ଯେପରି ସଂକ୍ରମଣକୁ ପ୍ରତିହତ କରିହେବ ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ।  ଏ ନେଇ ଡିଏମ୍‌ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍ ଭୟ ବଢ଼ୁଛି ।

ତେଣୁ ଏପରି ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛି । ଜନସାଧାରଣ ସଜାଗ ରହିଲେ ତୃତୀୟ ଲହର ଆଶଙ୍କାକୁ ଏଡ଼ାଇହେବ । ଆମେ ନିୟମ ମାନି ଚଳିଲେ ଏହା ସମ୍ଭବ। ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ନ ଦୃଷ୍ଟି ରଖିଛି । ଏଣୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ । ଯେତେବେଳେ ଯାହା ବ୍ୟବସ୍ଥା ଦରକାର ତାହାକୁ ଗ୍ରହଣ କରାଯାଇଛି । କିନ୍ତୁ ପ୍ରତି ମୁହୂର୍ତ୍ତରେ ସଜାଗ ରହିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking