31.1 C
Bhubaneswar
Wednesday, July 22, 2026
Homeଓଡିଶାଦର୍ପଦଳନ ପରେ ତାଳଧ୍ବଜ ଏବଂ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା

ଦର୍ପଦଳନ ପରେ ତାଳଧ୍ବଜ ଏବଂ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା

ପୁରୀ: ଆଡ଼ପ ମଣ୍ଡପରେ ମହାପ୍ରଭୁ ବିରାଜମାନ କରିଥିବା ବେଳେ ହଜାର ହଜାର ଭକ୍ତ ଆଡ଼ପ ଦର୍ଶନ କରୁଛନ୍ତି । ସେପଟେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଗତକାଲି ମହାପ୍ରଭୁଙ୍କ ପାଖରୁ ଆଜ୍ଞା ମାଳ ରଥକୁ ଆସିବା ପରେ ରଥର ଦକ୍ଷିଣ ମୋଡ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାରରେ ରଥକୁ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ବିଧି ପରମ୍ପରା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାର ସମ୍ମୁଖରେ ରଖାଯାଇଛି। ମଙ୍ଗଳବାର ପ୍ରବଳ ବର୍ଷା ହେବାରୁ ତାଳଧ୍ୱଜ ରଥକୁ ନିଆଯାଇ ପାରିନଥିଲା । ଏଣୁ ଆଜି ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥକୁ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଉଛି । ଆଉ ଦୁଇ ଦିନ ମହାପ୍ରଭୁ ଆଡ଼ପ ମଣ୍ଡପରେ ଅବସ୍ଥାନ କରିବେ । ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ରହିଛି । ଆସନ୍ତା 24 ତାରିଖ ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଣୁ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଆଗମନ ଜାରି ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking