28.1 C
Bhubaneswar
Tuesday, June 17, 2025
Homeଓଡିଶାବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ପ୍ରକ୍ରିୟା ଜାରି

ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ପ୍ରକ୍ରିୟା ଜାରି

ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ସକାଳ ହୋଇଛି; କିନ୍ତୁ ଅତ୍ୟନ୍ତ ଶୀତଳ ମରୁ ଅଞ୍ଚଳରେ ପାଖାପାଖି ରହିଥିବା ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର କିମ୍ବା ରୋଭର ପ୍ରଜ୍ଞାନ କେହି ଉଠିନାହାନ୍ତି। ଏହାକୁ ଉଠାଇବା ପାଇଁ ଇସ୍ରୋ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି। ସେମାନଙ୍କ କହିବାନୁସାରେ ଦକ୍ଷିଣ ମେରୁରେ ଏବେ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ଥିବାବେଳେ ଏବଂ ପବନ ଆଦୌ ନାହିଁ।

ଏଭଳି ପ୍ରତିକୂଳ ସ୍ଥିତିରେ ସେପ୍ଟେମ୍ବର ୪ରୁ ସୁପ୍ତ ଅବସ୍ଥାରେ ରହିଥିବା ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରପାତି ସକ୍ରିୟ ହୋଇପାରିବ କି ନାହିଁ ସନ୍ଦେହ ରହିଛି। ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସକ୍ରିୟ କରିବା ପାଇଁ ଉଦ୍ୟମ ଚାଲିଛି। ଉଭୟକୁ ୩୦ରୁ ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ସହ ଯୋଗାଯୋଗ ସ୍ଥାପନ ଉଦ୍ୟମ ଚାଲିଛି। ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏହାର ବ୍ୟାଟେରୀକୁ ସତେଜ କରିବା ଉଦ୍ୟମ ହେଉଛି। ଏହା ସମ୍ଭବ ହେଲେ ଦିନେ ଦୁଇ ଦିନ ପରେ ବିକ୍ରମ ଓ ପ୍ରଜ୍ଞାନ ଜାଗତ ହୋଇପାରିବେ। ଏଥିରେ ସଫଳ ହେଲେ ଇସ୍ରୋ ଆଉ ଏକ ଇତିହାସ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking