23.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶ‘ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍‌‌ କେନ୍ଦ୍ର’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

‘ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍‌‌ କେନ୍ଦ୍ର’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୧ଟାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହିତ ଆଭାସୀ ଜରିଆରେ ଭାବ ବିନିମୟ କରିଛନ୍ତି। ଏତଦ୍‌‌ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜି ବିହାରର ଦେଓଘର ଏମ୍ସଠାରେ ୧୦ ହଜାର ତମ ଜନଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି।

ଜନଔଷଧି କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୁଲଭ ଓ ସହଜରେ ଔଷଧ ଉପଲବ୍ଧ କରାଇବା ହେଉଛି କେନ୍ଦ୍ର ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍‌‌ କେନ୍ଦ୍ର’ର ମଧ୍ୟ ଶୁଭାରମ୍ଭ କରିଛନ୍ତି।ଏହି ବୈଷୟିକ ସହାୟତା ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଜୀବିକାର୍ଜନ ନିମନ୍ତେ ସୁଯୋଗ ମିଳିପାରିବ ବୋଲି ସରକାରୀ ଭାବେ କୁହାଯାଉଛି। ଆସନ୍ତା ୩ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୫ ହଜାର ଡ୍ରୋନ୍‌‌ ଯୋଗାଇ ଦିଆଯିବ। ଡ୍ରୋନ୍‌‌ ଉଡ଼ାଇବା ଏବଂ ସେଗୁଡ଼ିକୁ ଠିକ୍‌‌ ଭାବେ ବ୍ୟବହାର କରିବା ଲାଗି ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଏପରିକି କୃଷି କ୍ଷେତ୍ରରେ ଏଭଳି ବୈଷୟିକ ସହାୟତା ବିନିଯୋଗ ଲାଗି ଏହି ବ୍ୟବସ୍ଥା ପ୍ରୋତ୍ସାହନ ଦେବ। ଚଳିତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ଡ୍ରୋନ୍‌‌ ଯୋଗାଇଦେବା ଏବଂ ଜନଔଷଧୀ କେନ୍ଦ୍ରର ସଂଖ୍ୟାକୁ ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ଲାଗି ଘୋଷଣା କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking