34.8 C
Bhubaneswar
Thursday, April 24, 2025
Homeଦେଶ ବିଦେଶଓଡ଼ିଶାର ୨୫ଟି ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ୨୫ଟି ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ରେଳଷ୍ଟେସନଗୁଡିକରେ ସମସ୍ତ ସୁବିଧା ଉପଲବ୍ଧ କରାଇବା ଓ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିବା। ଭାରତୀୟ ରେଳବାଇ ହେଉଛି ଦେଶର ଜୀବନ ରେଖା ତେଣୁ ଦେଶର ବିକାଶ ଯାତ୍ରାରେ ରେଳବାଇର ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ପୂର୍ବାହ୍ନରେ ଆଭାସୀ ଜରିଆରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।

ପୁନଃନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତୀୟ ରେଳବାଇରେ ରେଳ ଷ୍ଟେସନର ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଛି ଯାହା ମାଧ୍ୟମରେ ୧ ହଜାର ୩୦୯ଟି ଷ୍ଟେସନର ନବୀକରଣ ଓ ଆଧୁନିକୀକରଣ ପାଇଁ ଯୋଜନା କରାଯାଇଛି। ସେ କହିଛନ୍ତି ଯେ ଏହି ରେଳଷ୍ଟେସନଗୁଡିକରେ ସମ୍ପୃକ୍ତ ସହର ଓ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ଚଳଣି ପ୍ରତିଫଳିତ ହେବ। ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ପ୍ରଭାବିତ କରିବ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଆମ ସଂସ୍କୃତିର ଝଲକ ପାଇପାରିବେ ବୋଲି ମୋଦୀ କହିଛନ୍ତି।

ଦେଶର ଅର୍ଥନୈତିକ ବିକାଶ ପ୍ରସଙ୍ଗ ଉତଥାପନ କରି ସେ କହିଛନ୍ତି ଯେ ଏହି ଉନ୍ନତିକରଣ କାର୍ଯ୍ୟ ଆର୍ଥିକ ଗତିବିଧିରେ ବୃଦ୍ଧି ଘଟିବ। ଏହା ଛଡା ୱାନ ଷ୍ଟେସନ, ୱାନ ପ୍ରଡକ୍ଟ (ଗୋଟିଏ ଷ୍ଟେସନ, ଗୋଟିଏ ଉତ୍ପାଦ ବିଷୟରେ ଶ୍ରୀ ମୋଦୀ କହିଛନ୍ତି, ଏହାଦ୍ୱାରା ସେହି ଜିଲ୍ଲାର କାରିଗର ଓ କୁଶଳୀ ଶ୍ରମିକମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରିବଟା ପାଇଁ ଅଗ୍ରାଧିକାର ମିଳିବ ଓ ସେହି ଉତ୍ପାଦର ବ୍ରାଣ୍ଡିଙ୍ଗ ମଧ୍ୟ ହୋଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking