33.1 C
Bhubaneswar
Tuesday, April 30, 2024
Homeଓଡିଶାକମଳା ଦାସଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

କମଳା ଦାସଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ବର : ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀଙ୍କ ବିୟୋଗରେ ଏକ୍ସ ଜରିଆରେ ରାଷ୍ଟ୍ରପତି ଶୋକବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି, “ବରିଷ୍ଠ ନେତ୍ରୀ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଡକ୍ଟର କମଳା ଦାସଙ୍କ ବିୟୋଗ ସମ୍ବାଦ ପାଇ ମୁଁ ମର୍ମାହତ । ତାଙ୍କ ସୁଦୀର୍ଘ ସାର୍ବଜନୀନ ଜୀବନଯାତ୍ରା ଭିତରେ ସେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିଯାଇଛନ୍ତି। ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ତଥା ଅନୁଗାମୀମାନଙ୍କୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି।” ସୂଚନାଯୋଗ୍ୟ, ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କର ଶୁକ୍ରବାର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଫୁସଫୁସ ସଂକ୍ରମଣରେ ପୀଡ଼ିତ ଥିଲେ। ତେବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମୟରେ ୭୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଓଡ଼ିଶା ରାଜନୀତିରେ ସେ ବେଶ୍ ସକ୍ରିୟ ଥିଲେ। ସେ ୧୯୯୫-୨୦୦୦ ମସିହାରେ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇ ଥିଲେ କମଳା ଦାସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking