25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦେଶରେ ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର

ଦେଶରେ ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର

ବ୍ୟୁରୋ : ଦେଶରେ ବର୍ତ୍ତମାନ ଦାରିଦ୍ର୍ୟର ହାର ୫ ପ୍ରତିଶତ ତଳେ ରହିଛି । ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରୁ ହାର ହ୍ରାସ ପାଇଛି ବୋଲି ଜଣାପଡ଼ିଛି । ରବିବାର ବିଳମ୍ବିତ ରାତିରେ ନିତି ଆୟୋଗର ସିଇଓ ବି.ବି ଆର ସୁବ୍ରମଣ୍ୟମ ଏହି ରିପୋର୍ଟ ଜାରି କରିଛନ୍ତି। ଯାହା ଦେଶର ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ ଦିଗରେ ଏକ ଭଲ ଖବର ନିଶ୍ଚୟ। ନିତି ଆୟୋଗ ଦ୍ୱାରା ଘରୋଇ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ ହୋଇଥିଲା । ଯେଉଁଥିରୁ ଜଣାପଡିଛି ଯେ ଉଭୟ ଗାଁ ଏବଂ ସହରରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟିଛି । ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ଯ୍ୟାଳୟ ବା ଏନଏସଏସଓ ଦ୍ୱାରା ଶନିବାର ବିଳମ୍ବିତ ରାତିରେ ଜାରି ହୋଇଥିବା ରିପୋର୍ଟ ଅନୁସାରେ ପ୍ରତି ବ୍ୟକ୍ତିର ମାସିକ ଘରୋଇ ଖର୍ଚ୍ଚ ୨୦୧୧-୧୨ ତୁଳନାରେ ୨୦୨୨-୨୩ରେ ଦୁଇ ଗୁଣା ଅଧିକ ହୋଇଛି । ଯାହା ଦେଶର ସମୃଦ୍ଧି ସ୍ତରକୁ ଦର୍ଶାଇଛି ବୋଲି କୁହାଯାଇଛି । ଦେଶର ମୋଟ ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରର  ଖର୍ଚ୍ଚରେ ଖାଦ୍ୟଶସ୍ୟ ଓ ଖାଦ୍ୟ ବ୍ୟବହାରର ଅଂଶରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ଏନଏସଏସଓ ସର୍ଭେରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking