27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଥମିବାର ନାଁ ନେଉନି ପୁଣେ ପୋର୍ସେ କାର ଘଟଣା; ଜଣଙ୍କ ପରେ ଜଣେ ଗିରଫ

ଥମିବାର ନାଁ ନେଉନି ପୁଣେ ପୋର୍ସେ କାର ଘଟଣା; ଜଣଙ୍କ ପରେ ଜଣେ ଗିରଫ

ପୁଣେ: ପୁଣେ ସହରରେ ଦୁଇ ଜଣ ମୋଟର ସାଇକେଲ ଆରୋହୀଙ୍କୁ ଜଣେ ନାବାଳକ ପୋର୍ସେ କାର ଚଢ଼ାଇ ମାରିଦେବା ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ଦିଗ ଆଜି ସାମ୍ନାକୁ ଆସିଛି। ଅଭିଯୁକ୍ତ ନାବାଳକର ଜେଜେବାପାଙ୍କୁ ଶନିବାର ସକାଳେ ପୁଣେ ପୁଲିସ କ୍ରାଇମବ୍ରାଞ୍ଚ ୟୁନିଟ୍ ଗିରଫ କରିଛି। ପୁଣେ ପୁଲିସ କମିସନର ଅମିତେଶ କୁମାର କହିଛନ୍ତି ଯେ ଅଭିଯୁକ୍ତଙ୍କ ଜେଜେବାପାଙ୍କୁ ଆଇପିସି ଧାରା ୩୬୫ ଏବଂ ୩୬୮ ଅନୁଯାୟୀ ଗିରଫ କରାଯାଇ ତାଙ୍କ ବିରୋଧରେ ଏକ ପୃଥକ ଏଫଆଇଆର ରୁଜୁ କରାଯାଇଛି। କାର୍‌ ଡ୍ରାଇଭରଙ୍କୁ ବଳପୂର୍ବକ ଦୋଷ ମୁଣ୍ଡାଇବାକୁ ବାଧ୍ୟ କରିବା ସହ ତାଙ୍କୁ ଅପହରଣ ପରେ ବନ୍ଦୀ କରି ରଖିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ରବିବାର ସକାଳେ ପୁଣେର କାୟାନି ନଗରରେ ଘଟିଥିବା ଏହି ଘଟଣାରେ ପୁଣେ ସିଟି ପୁଲିସ ଗୁରୁବାର ୧୭ ବର୍ଷୀୟ ନାବାଳକଙ୍କ ଜେଜେବାପାଙ୍କୁ ପଚରାଉଚରା କରିଥିଲା। ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏକ ବିଳାସପୂର୍ଣ୍ଣ କାର୍ ଚଳାଉଥିବା ବେଳେ ଦୁଇ ଜଣ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ପୁଣେ ପୁଲିସ କମିସନର କହିଛନ୍ତି ଯେ ଅଭିଯୁକ୍ତର ଜେଜେବାପା ସୁରେନ୍ଦ୍ର କୁମାର ଅଗ୍ରୱାଲ ସହିତ ତାଙ୍କ ପୁଅ ବିଶାଲ ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ଆଇପିସି ଧାରା ୩୪୨,୩୬୫, ୩୬୮, ୫୦୬ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଡ୍ରାଇଭର ଗଙ୍ଗାଧରଙ୍କ ଅଭିଯୋଗ କ୍ରମେ, ଗତ ୧୯ ତାରିଖ ରାତିରେ ତାଙ୍କୁ ସୁରେନ୍ଦ୍ର ଅଗ୍ରୱାଲଙ୍କ ଘରକୁ ବଳପୂର୍ବକ ନିଆଯାଇଥିଲା। ସୁରେନ୍ଦ୍ର ଓ ତାଙ୍କ ପୁଅ ବିଶାଲ ଧମକ ଚମକ ଦେବା ସହ ତାଙ୍କ ଫୋନ୍ ଛଡ଼ାଇ ନେଇ ବଳପୂର୍ବକ ବନ୍ଦୀ କରି ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking