24.1 C
Bhubaneswar
Monday, May 4, 2026
Homeଓଡିଶାନକଲି ଚା’ କାରଖାନାକୁ ଚଢାଉ କଲା ପୁଲିସ

ନକଲି ଚା’ କାରଖାନାକୁ ଚଢାଉ କଲା ପୁଲିସ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅଗ୍ରୱାଲା ଛକ ନିକଟରେ ଥିବା ଚା’ ପ୍ୟାକେଜିଂ କାରଖାନାରେ ଗତକାଲି ଏହି ଚଢ଼ଉ କରାଯାଇଛି। ଅଟୋ ପାର୍ଟସ ଦୋକାନର ସାଇନ୍ ବୋର୍ଡ ଲଗାଇ ଭିତରେ ନକଲି ଚା’ ପ୍ୟାକେଜିଂର କାରବାର ହେଉଥିଲା।ଚଢ଼ାଉ ବେଳେ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା’ କମ୍ପାନୀର ଲୋଗୋ ଥିବା ପଲିଥିନ୍ ବ୍ୟାଗ୍ ଜବତ କରାଯାଇଛି। ଜଳେଶ୍ୱର ପୁଲିସ ସହାୟତାରେ ଏହି କାରଖାନାରେ ଚଢ଼ାଉ କରିଛି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟିମ୍। ଅଗ୍ରୱାଲା ଛକ ନିକଟରେ ଥିବା ଚା’ ପ୍ୟାକେଜିଂ କାରଖାନାଟି ବଜାରରୁ ଶସ୍ତା ଦାମରେ ଚା’ କ୍ରୟ କରି ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ଚା’ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଟାଟା ଟି କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ଜଳେଶ୍ୱର ପୁଲିସ ସହାୟତାରେ ଚଢାଉ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking