19.1 C
Bhubaneswar
Tuesday, November 19, 2024
Homeବ୍ରେକୀଙ୍ଗତୃଟିପୂର୍ଣ୍ଣ ଧାନ ସଂଗ୍ରହ ନୀତିର ପ୍ରତିବାଦରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ...

ତୃଟିପୂର୍ଣ୍ଣ ଧାନ ସଂଗ୍ରହ ନୀତିର ପ୍ରତିବାଦରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର : ତା ୪/୧୨- ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନ ସଂଗ୍ରହ ନୀତି ଯୋଗୁୁଁ ଟୋକନ ସମସ୍ୟା ନେଇ ପଶ୍ଚିମ ଓଡ଼ିଶାର ଚାଷୀ ଘୋର ଅସୁବିଧାର ସମ୍ମୁଖୀନ । ଗତ ବର୍ଷ ଏକକାଳୀନ ଗୋଟିଏ ଟୋକନରେ ୧୦୦ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ ଚଳିତବର୍ଷ ୭୫ କ୍ୱିଣ୍ଟାଲ ଧାନ କିଣାଯାଉଛି । ଅନେକ ଅଞ୍ଚଳରେ ପ୍ରତି ଏକରରୁ ୩୦ରୁ ୩୫ କ୍ୱିଣ୍ଟାଲ ଧାନ ଅମଳ ହେଉଥିବା ବେଳେ ସରକାର ଜଳସେଚିତ ଅଞ୍ଚଳରୁ ଏକର ପିଚ୍ଛା ୧୯ କ୍ୱିଣ୍ଟାଲ ଏବଂ ଅଣ ଜଳସେଚିତ ଅଞ୍ଚଳରୁ ୧୩ କ୍ୱିଣ୍ଟାଲ ଧାନ କ୍ରୟ କରୁଥିବାରୁ ଅନ୍ୟ ବଳକା ଧାନ ବିକିବା ପାଇଁ ବ୍ୟବସ୍ଥା ନାହିଁ । ଜିଲ୍ଲାୱାରୀ ଧାନ ଉତ୍ପାଦନ କ୍ଷେତ୍ରରେ ଫରକ ରହିଅଛି । ତଦନୁଯାୟୀ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି କେଉଁ ଅଞ୍ଚଳରୁ କେତେ ପରିମାଣର ଧାନ କ୍ରୟ କରିବେ ତାହା ଜିଲ୍ଲା କମିଟି ନିର୍ଦ୍ଧାରଣ କରିବା କଥା । କିନ୍ତୁ ଏହା ଭୁବନେଶ୍ୱରରେ କେନ୍ଦ୍ରୀୟ ସ୍ତରରୁ କରାଯାଉଥିବାରୁ ଏଥିରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଧାନ କିଣାରେ ଏଫ୍‌.ଏ.କ୍ୟୁ ଆଳରେ ପ୍ରତି ବସ୍ତାରେ ୨ ରୁ ୩ କେଜି ଧାନ କଟ୍‌ନି ଛଟ୍‌ନି କରାଯାଉଛି । ମିଲର ଓ ଧାନ କ୍ରୟ ସଂସ୍ଥାମାନଙ୍କ ମନମାନିରେ ଓ ଭିତିରି ବୁଝାମଣାରେ ଧାନ କ୍ରୟ କରାଯାଉଛି । ଫଳରେ ଅଭାବୀ ବିକ୍ରିରେ ଚାଷୀ ଶିକାର ହୋଇ ଏମ୍‌.ଏସ୍‌.ପିଠାରୁ ୨୦୦ ରୁ ୩୦୦ ଟଙ୍କାରେ ଧାନ ଅଣ୍ଡର ରେଟ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ଚାଷୀ ଧାନ ବିକ୍ରି କରିବା ପାଇଁ ପ୍ରସ୍ତୁତ ହେବା ସହିତ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଧାର୍ଯ୍ୟ ତାରିଖର ଯଥେଷ୍ଟ ପୂର୍ବରୁ ସୂଚନା ପ୍ରଦାନ କରିଥିଲେ ତାହାର ୧୦ରୁ ୧୫ ଦିନ ବିଳମ୍ବରେ ଧାନ କ୍ରୟ କରାଯିବା ଦ୍ୱାରା ଚାଷୀ ହତାଶ । ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ସମ୍ପ୍ରତ୍ତି ଧାନ କ୍ରୟ କ୍ଷେତ୍ରରେ ଉପୁଜିଥିବା ସମସ୍ୟାଗୁଡ଼ିକର ଆଶୁ ସମାଧାନ ଦାବୀରେ ଗତକାଲି ପିିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପଶ୍ଚିମାଞ୍ଚଳର ଚାଷୀନେତାମାନେ ଉତ୍ତରାଞ୍ଚଳ ରେଭିନ୍ୟୁ କମିଶନରଙ୍କୁ ତାଙ୍କ ସମ୍ବଲପୁରସ୍ଥିତ କାର୍ଯ୍ୟାଳୟରେ ୧୨ ଦଫା ଦାବୀ ସମ୍ବଳୀତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକପତ୍ରରେ ଅଧିକ ଧାନ ଅମଳକ୍ଷମ ଜିଲ୍ଲାଗୁଡ଼ିକରୁ ପ୍ରତି ଏକର ପିଚ୍ଛା ଜଳସେଚିତ ଅଞ୍ଚଳରୁ ୨୨ କ୍ୱିଣ୍ଟାଲ, ଅଣ ଜଳସେଚିତ ଅଞ୍ଚଳରୁ ୧୬ କ୍ୱିଣ୍ଟାଲ ଧାନ କ୍ରୟ କରିବା, ଭୁବନେଶ୍ୱର କେନ୍ଦ୍ରୀୟ ବ୍ୟବସ୍ଥା ପରିବର୍ତ୍ତେ ପ୍ରତି ପ୍ୟାକ୍ସରେ ଟୋକନ ଇସ୍ୟୁ ଜେନରେଟିଂ ବ୍ୟବସ୍ଥା, ପ୍ରତି ଜିଲ୍ଲା ଧାନ କ୍ରୟ କମିଟିରେ ସେହି ଜିଲ୍ଲାର ପରିସଂଖ୍ୟାନ ଅନୁଯାୟୀ ଧାନ କ୍ରୟ ପାଇଁ ନୀତି ନିର୍ଦ୍ଧାରଣ, ମିଲର ଓ ଧାନକ୍ରୟ ସଂସ୍ଥାଗୁଡ଼ିକର ମନମାନି ଓ ଧାନ କିଣାରେ କଟ୍‌ନି ଛଟ୍‌ନି ବନ୍ଦ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ଦେଉ ନଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଜେଲ୍ ଦଣ୍ଡ ଓ ଜୋରିମାନା ପାଇଁ ଆଇନ ପ୍ରଣୟନ, ମଣ୍ଡିଗୁଡ଼ିକରେ ପଡ଼ିରହିଥିବା ବସ୍ତାଗୁଡ଼ିକୁ ତୁରନ୍ତ ଉଠାଇବା ପାଇଁ ବ୍ୟବସ୍ଥା, ପ୍ରତି ବ୍ଳକ ସ୍ତରରେ ଧାନ କ୍ରୟ ସରଳୀକରଣ ପାଇଁ ସ୍କ୍ୱାର୍ଡ଼ ଓ ଏକ ଟାକ୍ସଫୋର୍ସ କମିଟି ଗଠନ କରାଯିବା ପାଇଁ ଉଲ୍ଲେଖ କରାଯାଇଛି । ଉକ୍ତ ପ୍ରତିନିଧି ମଣ୍ଡଳୀରେ ପଶ୍ଚିମ ଓଡ଼ିଶା ଦାୟିତ୍ୱରେ ଥିବା ରାଜ୍ୟ କିଷାନ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ମିନୀ ଗୁରୁ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ, ସମ୍ବଲପୁର ଜିଲ୍ଲା କିଷାନ କଂଗ୍ରେସ ସଭାପତି ଗୋବିନ୍ଦ ମିଶ୍ର, ବରଗଡ଼ ସଭାପତି ଦୟା ସାଗର ମେଣ୍ଡଲୀ, ଦେବଗଡ଼ ସଭାପତି ସନ୍ତୋଷ ସାହୁ, ଅନୁଗୋଳ ସଭାପତି ଭାଗିରଥି ସାହୁ, ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼ତ୍ୟା, ଦୂର୍ଗା ଶଙ୍କର ବାଗ, ନିରଞ୍ଜନ ତ୍ରିପାଠୀ, ସନ୍ଦିପ ଗଡତ୍ୟା, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଶତାଧିକ ଚାଷୀନେତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking