30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାସ୍ତାର ଦୂରାବସ୍ଥା, ପରିମଳ ବିପର୍ଯ୍ୟସ୍ତ

ରାସ୍ତାର ଦୂରାବସ୍ଥା, ପରିମଳ ବିପର୍ଯ୍ୟସ୍ତ

ରାଉରକେଲା: ରାଉରକେଲା ମହାନଗର ନିଗମ  ଅନ୍ତର୍ଗତ ନବକୃଷ୍ଣନଗର ଅଂଚଳ ସମସ୍ୟାର ଚକ୍ରବ୍ୟୁହରୁ ମୁକୁଳି ପାରୁନାହିଁ । ଏବେ ସୁଦ୍ଧା ଅନେକ ସମସ୍ୟା ଦେଇ ଗତି କରୁଛି ଦକ୍ଷିଣ ରାଉରକେଲାର  ଏହି ଅଂଚଳ । ଯାହାଦ୍ୱାରା ଏଠିକାର ଅଧିବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷ କରି ରାସ୍ତାର ଦୂରାବସ୍ଥା ଓ ସ୍ୱଚ୍ଛତାର ଅଭାବ ଏଠାରେ ରହିଥିବା ଅଭିଯୋଗ ହୋଇଛି । ଏହି ଅଂଚଳରେ ତିନିଟି ବ୍ଲକ ଯଥା ଏ, ବି, ସି, ରହିଥିବା ବେଳେ, ୮୦୦ ପରିବାର ଏଠାରେ ବସବାସ କରନ୍ତି ।  ଗତ ୨୦୧୮-୧୯ ବର୍ଷରେ ରାଉରକେଲା ମହାନଗର ନିଗମ ପକ୍ଷରୁ  ପ୍ରତି ଘରକୁ ପାନୀୟ ଜଳ ବ୍ୟବସ୍ଥା କରିବା ଉଦ୍ଦ୍ୟେଶରେ ପାଇପଲାଇନ ବିଛାଇବା ପାଇଁ ରାସ୍ତା ଖନନ କରାଯାଇଥିଲା । ପରବର୍ତୀ ଅବସ୍ଥାରେ ରାସ୍ତା ସମତୁଲ ନକରିବା ଯୋଗୁ ଦିନକୁ ଦିନ ରାସ୍ତାର ଅବସ୍ଥା  ବିଗିଡ଼ିବାରେ ଲାଗିଛି । ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଓ ଗାଡ଼ି ଚାଳକଧାରୀ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି ।  ଏହି ଅଂଚଳରେ ସ୍ୱଚ୍ଛତା ବାଟ ହୁଡି଼ଛି । ଅଳିଆ ଆବର୍ଜନାକୁ ପକାଇବା ଲାଗି ସ୍ଥନେସ୍ଥାନେ ଡଷ୍ଟବିନର ସୁବିଧା ନଥିବାରୁ ସ୍ଥାନୀୟ ବାସିନ୍ଦା ପଲିଥିନରେ ଅଳିଆ ଆବର୍ଜନା ଭର୍ତିକରି ଏଣେତେଣେ ପକାଉଥିବାରୁ ପରିବେଶ ଦୂଷିତ ହେବା ସହ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏହି ଦୂଷିତ ପରିବେଶର ପ୍ରଭାବ ଅଂଚଳବାସୀଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking