31.1 C
Bhubaneswar
Thursday, May 30, 2024
Homeଓଡିଶାଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀର ଜୀବନ

ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀର ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲର ସଂକ୍ରାମକ ରୋଗ ବିଭାଗ (ଡାଇରିଆ ୱାର୍ଡ) ବାରଣ୍ଡାରେ ପଡିଥିବା ଅସହାୟ ରୋଗୀମାନେ ଅବହେଳିତ ହୋଇ ପଡ଼ିଥିଲେ । ଏହା ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର ହେବା ପରେ ୱାର୍ଡ଼ରେ ଥିବା ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯାଇଛି । ଏହା ସହ ପୂର୍ବ ଅପେକ୍ଷା ସେମାନେ ସଫାସୁତରା ରହିଥିବା ଦେଖିବାକୁ ମିଳିଛି । ଉକ୍ତ ରୋଗୀମାନଙ୍କୁ ଆବଶ୍ୟକ ମୁତାବକ ପୋଷାକ ପରିଧାନ କରିବା ନିମନ୍ତେ ମେଡ଼ିକାଲ କର୍ତ୍ତୃପକ୍ଷ ଯୋଗାଇଥିବା ଦେଖିବାକୁ ମିଳିଛି । ତେବେ ଦୁଃଖର ବିଷୟ ସେହି ୪ ଜଣ ରୋଗୀଙ୍କ ମଧ୍ୟରୁ ଆଜି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ରୋଗୀ ଜଣଙ୍କ ହେଲେ ଭଞ୍ଜନଗର ଗ୍ରାମ ଲଣ୍ଡେଇ ସାହିର ରଘୁନାଥ ସେଠୀ । ସେ ଗତ ଅଗଷ୍ଟ ମାସ ଠାରୁ ମେଡ଼ିକାଲରେ ରହି ଚିକିତ୍ସା ହେଉଥିଲେ । ତାଙ୍କା ନିକଟରେ ନିଜର ବୋଲି କେହି ନଥିଲେ । ଆଜି ସକାଳେ ତାଙ୍କର ମୁତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।

ସୂଚନା ଅନୁଯାୟୀ,  ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାକଡରୁ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧ।।ର କରି ଚିକିତ୍ସା ନିମନ୍ତେ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଉଥିଲା । କିନ୍ତୁ ବିଭିନ୍ନ ସମୟରେ ସେମାନଙ୍କୁ ଚିକିତ୍ସା ଓ ସେବାରେ ଅବହେଳା ଅବସ୍ଥରାରେ ରହୁଥିବା ଖବର ପ୍ରକାଶ ହୋଇଥିଲା। ଏହା ସହ ମାନସିକ ଅନଗ୍ରସର ଓ ଅସହାୟ ଏହି ବ୍ୟକ୍ତିମାନେ ଚଟାଣରେ ଶୋଇ ରହୁଛନ୍ତି । ସେମାନଙ୍କ ଶରୀରରେ ସଠିକ ଭାବେ ପୋଷାକ ନଥବା ବେଳେ ସେମାନଙ୍କୁ ଶୋଇବାକୁ ବେଡସିଟ ମଧ୍ୟ ବଡ ଡାକ୍ତରଖାନା ପକ୍ଷରୁ ଦିଆଯାଉନଥିଲା ।

ଅନେକ ସମୟରେ ଚିକିତ୍ସା ନିମନ୍ତେ ଡାକ୍ତର ଆସୁନଥିବା ଅଭିଯୋଗ ହୋଇଥିଲା । ଫଳରେ ସେମାନେ ମାସ ମାସ ପଡିରହିଥିବା ଦେଖିବାକୁ ମିଳିଥିଲା । ତେବେ ଏ ସମସ୍ତ ବିଷୟକୁ ନେଇ ନିତିଦିନ ଖବର କାଗଜରେ ଏହି ଖବର ପ୍ରକାଶ ହୋଇଥିଲା । ଏହା ସମସ୍ତ ବିଷୟ ଜିଲ୍ଲା ପ୍ରଶାସନ ଓ ମେଡ଼ିକାଲ ପ୍ରଶାସନଙ୍କ ଦୃଷ୍ଟିକୁ ଆସିଥିଲା । ଏହା ପାରେ ମେଡ଼ିକାଲରେ ଅବହେଳିତ ଅବସ୍ଥାରେ ପଡିଥିବା ରୋଗୀଙ୍କୁ ସେବା ସହ ଚିକିତ୍ସା ମିଳିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏମାନଙ୍କ ନିମନ୍ତେ କିଛି ସ୍ଥାୟୀ ଶଯ୍ୟାର ବ୍ୟସ୍ଥା ସହ ସଠିକ ସେବା ଓ ଚିକିତ୍ସା ଯୋଗାଇବା ନିମନ୍ତେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking