କଟକ : କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା ଜଣାପଡିଛି । କିନ୍ତୁ କେଉଁ ପରିସ୍ଥିତିରେ ପଡିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ସୂଚନା ଅନୁଯାୟୀ, ମୃତ ରୋଗୀ ଜଣକ ବୁଧବାର ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ଆସିଥିଲେ । ସେହିପରି ମଙ୍ଗବାର ଜଣେ ବୃଦ୍ଧ ମଧ୍ୟ କୋଭିଡ ହସ୍ପିଟାଲ ପାଇଖାନାରେ ପ୍ରାଣ ହରାଇଥିଲେ ।