27.1 C
Bhubaneswar
Thursday, June 27, 2024
Homeଓଡିଶାରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର

ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର

ଭୁବନେଶ୍ବର : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି ଭୁବନେଶ୍ୱର ମହାନଗର ନିଗମ । ଆଉ ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ଦଳର ପୋଷ୍ଟର, ବ୍ୟାନର ଓ ୱାଲ ପେଣ୍ଟିଂ । ଯେଉଁ ଦଳ ଗୁଡିକ ନିଜ ଦଳ ଓ ନେତାଙ୍କର ମାଇଲେଜ୍ ପାଇଁ ପୋଷ୍ଟର, ବ୍ୟାନର ଲଗାଇବା କିମ୍ବା ୱାଲ୍ ପେଣ୍ଟିଂ କରିଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ବିଏମସି । ଏନେଇ ସୂଚନା ଦେଲେ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ।ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇଥାଏ । ତେଣୁ ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିଶନର ସୂଚନା ଦେଇଛନ୍ତି । ୩ ଟି ଜୋନର ଜେଡିସିଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମସି କମିଶନର । ପୂର୍ବୁ ଏହି କାର୍ଯ୍ୟ ପାଇଁ ବିଏମସି ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ସାରିଛି । ୩୦ ରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking