18.1 C
Bhubaneswar
Saturday, November 23, 2024
Homeଅପରାଧଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ନିଆଁ ଲଗାଇ ଦେଲେ

ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ନିଆଁ ଲଗାଇ ଦେଲେ

ଜୟପୁର: ରାଜସ୍ଥାନ ଯୋଧପୁର ଡିଭିଜନ ଅନ୍ତର୍ଗତ ବାରମେର୍ ଜିଲ୍ଲାର ପଚପଦରା ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗତ ଗୁରୁବାର ଦିନ ଦୁଷ୍କର୍ମ କରିବା ପରେ ତାଙ୍କୁ ଜୀବନ୍ତ ଜାଳିଦେବା ପାଇଁ ଚେଷ୍ଟା କରାଯାଇଥିଲା । ତେବେ ପୀଡ଼ିତା ଜଣଙ୍କର ଶୁକ୍ରବାର ରାତିରେ ଯୋଧପୁର ସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନେଇ ଦଳିତ ସମାଜର ଲୋକମାନେ ହସ୍ପିଟାଲ ପରିସରରେ ଧାରଣା ଦେଇ ୧ କୋଟି ଟଙ୍କା କ୍ଷତିପୂରଣ ସହିତ ଗୋଟିଏ ସରକାରୀ ଚାକିରି ଓ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ତେବେ ଏହାରି ଭିତରେ କୋରୋନାରେ ପୀଡ଼ିତ ହେବା ସତ୍ତ୍ବେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଧାରଣାରତ ଦଳିତ ସମାଜର ଲୋକଙ୍କ ପାଖରେ ପହଞ୍ଚି ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି । ଯୋଧପୁର ହସ୍ପିଟାଲରେ ଧାରଣାରେ ବସିଥିବା ଦଳିତ ସମାଜର ଲୋକମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏପରିକି ମୃତଦେହ ବ୍ୟବଚ୍ଛେଦ ପାଇଁ ମଧ୍ୟ ସେମାନେ ରାଜି ନୁହନ୍ତି ।

ଖବରପାଇ କୋରୋନା ପୀଡ଼ିତ କେନ୍ଦ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲରେ ପହଞ୍ଚିଥିଲେ । ଏହି ଘଟଣାକୁ ସେ ଲଭ ଜିହାଦ ବୋଲି ଉଦାହରଣ ଦେଇଥିଲେ । ଏହାସହ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ଏହି କାରଣରୁ ଅପରାଧୀ ମାନେ ନିର୍ଭୟରେ ଏଭଳି କାଣ୍ଡ ଘଟାଉଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କୈଳାଶ ଚୌଧୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking