32.1 C
Bhubaneswar
Friday, October 18, 2024
Homeଓଡିଶାପୋଖରୀରେ ବୁଡି ବୃଦ୍ଧା ମୃତ

ପୋଖରୀରେ ବୁଡି ବୃଦ୍ଧା ମୃତ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନଘାଟିଠାରେ ଥିବା ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସାନଘାଟିର କୁମାରୀ ଜେନା (୬୦) ଗୁରୁବାର ସନ୍ଧ୍ୟାରେ ଗ୍ରାମରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ କୁମାରୀଙ୍କ ଅସାବଧାନତା ବଶତଃ ପାଣି ଭିତରେ ଗୋଡ଼ ଖସି ଯାଇଥିଲା । ସେ ପାଣିରେ ବୁଡ଼ି ଯାଇଥିଲେ । ରାତିରେ ସଙ୍ଗେ ସଙ୍ଗେ ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ପୋଖରୀରୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆଜି ଖଲ୍ଲିକୋଟ ଥାନା ପୋଲିସ ମେଡ଼ିକାଲରେ ପହଞ୍ôଚ ଶବକୁ ଜବତ କରିବା ସହ ଥାନାରେ ୨୪/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି । ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking