30.6 C
Bhubaneswar
Monday, May 19, 2025
Homeଦେଶ ବିଦେଶଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା

ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା

ନୂଆଦିଲ୍ଲୀ:ଦେଶରେ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାର ପ୍ରମାମଣ ଚଳିତ ବର୍ଷ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲିଂରୁ ଜଣାପଡିଛି । ଇନକମ୍ ଟ୍ୟାକ୍ସ ରିଟର୍ନ ବିଭାଗ ପାଇଁ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି । ବିଭାଗର ଆକଳନ ମୁତାବକ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ୬.୭୭ କୋଟି ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ଡିପୋଜିଟ ହୋଇଛି । ଏହା ଗତବର୍ଷ ତୁଳନାରେ ୧୬.୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି ।

ସେହିଭଳି ଦେଶରେ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଗତ କରଦାତାଙ୍କ ସଂଖ୍ୟା ଗତ ଦୁଇବର୍ଷ ମଧ୍ୟରେ ଦୁଇଗୁଣା ହୋଇଛି । ୨୦୨୨-୨୩ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲ ମୁତାବକ ମୋଟ ୧,୬୯, ୮୯୦ ଜଣ ଲୋକଙ୍କ ବାର୍ଷିକ ଆୟ ୧ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking